fbpx

ପାଟିରୁ ଏହିପରି ବାସ୍ନା ଆସୁଥିଲେ ଆପଣଙ୍କୁ ହୋଇଥାଇପାରେ ଡାଇବେଟିସ, ଜାଣିନିଅନ୍ତୁ କଣ ରହିଛି ଡାଇବେଟିସର ନୂଆ ଲକ୍ଷଣ

Advertisement

ନୂଆଦିଲ୍ଲୀ: ଡାଇବେଟିସ୍ ଏପରି ଏକ ଜୀବନଶୈଳୀ ଜନିତ ରୋଗ ଯାହା ବହୁତ ଦ୍ରୁତ ଗତିରେ ଭାରତରେ ବ୍ୟାପିବାରେ ଲାଗିଛି । ଭାରତରେ ସମସ୍ତ ଡାଇବେଟିସ୍ ମାମଲା ମଧ୍ୟରୁ ୯୦ ପ୍ରତିଶତ ଟଶଇପ୍ ୨ ଡାଇବେଟିସ୍ । ଏବେ ଏପରି ଦାବୀ କରାଯାଉଛି ଯେ ଯଦି ଆପଣଙ୍କ ପାଟିରୁ ଏକ ପ୍ରକାର ଅସାମାନ୍ୟ ଗନ୍ଧ ଆସୁଛି ତେବେ ଆପଣଙ୍କ ବ୍ଲଡ ସୁଗାର ଅଧିକ ବଢିଯାଇ ଥାଇପାରେ । ପାଟିରୁ ଯଦି ଫଳ ପରି ବାସ୍ନା ଆସୁଛି ତେବେ ଏହା ଡାଇବେଟିକ୍ କୀଟୋଏସିଡୋସିସ୍ ର ଲକ୍ଷଣ ହୋଇପାରେ ଯାହା ଡାଇବେଟିସର ପ୍ରଥମ ସଂକେତ ଅଟେ ।

ଡାଇବେଟିକ୍ କୀଟୋଏସିଡୋସିସ୍ ଶରୀର ମଧ୍ୟରେ ଏକ ପ୍ରକ୍ରିୟା ଯେଉଁଥିରେ ଇନସୁଲିନ୍ ଅଭାବ କାରଣରୁ ରକ୍ତରେ କ୍ଷତିକାର କୀଟୋନ୍ସ ନିର୍ମାଣ ହୋଇଥାଏ ଓ ଏହା ଡାଇବେଟିସର ଏକ ଅସ୍ୱଭାବିକ ସଂକେତ ହୋଇଥାଏ ।
ଏବେ ଦାବୀ କରାଯାଇଛି ଯେ, ଡାଇବେଟିସ୍ କାରଣରୁୁ ପାଟିରୁ ଦୁର୍ଗନ୍ଧ ମଧ୍ୟ ଆସିପାରେ । କାରଣ ଏହି ସ୍ଥିତିରେ ପାଟିରେ ଗ୍ଲୁକୋଜ୍ ସ୍ତର ବଢି ଯାଇଥାଏ । ବ୍ୟାକ୍ଟେରିଆ ଏହି ଚିନିର ଉପଯୋଗ ଖାଦ୍ୟ ରୂପରେ କରିଥାନ୍ତି ଯାହା ପରବର୍ତ୍ତୀ ସମୟରେ ସଂକ୍ରମଣ ଓ ଦାନ୍ତ ମାଢି ରୋଗର କାରଣ ହୋଇଥାଏ । ମାଢି ରୋଗ ପାଟିରେ ଦୁର୍ଗନ୍ଧର ସବୁଠାରୁ ବଡ କାରଣ ମଧ୍ୟରୁ ଗୋଟିଏ ।

ଡାଇବେଟିକ୍ କୀଟୋଏସିଡୋସିସ୍ ସୂଚାଇ ଦେଇଥାଏ ଯେ ଆପଣ ଟାଇପ୍ ୧ ଡାଇବେଟିସରେ ପୀଡିତ । ପର୍ଯ୍ୟାପ୍ତ ଇନସୁଲିନ୍ ବିନା ଆପଣଙ୍କ ଶରୀରକୁ ଗ୍ଲୁକୋଜରୁ ଆବଶ୍ୟକ ଏନର୍ଜି ମିଳିପାରି ନ ଥାଏ । ଫଳରେ ଏହା ଫ୍ୟାଟର ଉପଯୋଗ କରି କୀଟୋନ୍ସ ନାମକ ରସାୟନ ଉତ୍ପନ୍ନ କରିଥାଏ । ଯେତେବେଳେ ଆପଣଙ୍କ ରକ୍ତରେ ବହୁ ଅଧିକ କୀଟୋନ୍ସ ଜମା ହୋଇଯାଏ ସେତେବେଳେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ହୋଇପାରେ । ତେବେ ପାଟିରୁ ଫଳ ପରି ଗନ୍ଧ ଡାଇବେଟିକ୍ କୀଟୋଏସିଡୋସିସ୍ର ଲକ୍ଷଣ ବୋଲି କୁହାଯାଉଥିଲେ ମଧ୍ୟ ଏହା ଏକମାତ୍ର ଲକ୍ଷଣ ନୁହେଁ । ଏହା ବ୍ୟତିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, ତ୍ୱଚା ଲାଲ ପଡିବା, ବାନ୍ତି ଲାଗିବା ପରି ସମସ୍ୟା ବି ଦେଖାଦେଇପାରେ ।

ଡାଇବେଟିସର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି କ୍ଷତ ବା ଘା’ ଶୁଖିବାରେ ଅଧିକ ସମୟ ଲାଗିବା । ଏହା ସହିତ ବହୁତ ଅଧିକ ଶୋଷ ଲାଗିବା ସହ ବାରମ୍ବାର ପରିସ୍ରା ବି ଲାଗିଥାଏ । ଯଦି ଆପଣ ନିଜ ମଧ୍ୟରେ ଡାଇବେଟିସର କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ଆପଣ ଡାକ୍ତରଙ୍କ ସହ ଏ ବିଷୟରେ ପରାମର୍ଶ କରିବା ଉଚିତ । ଏହି ସ୍ଥିତିରେ ଚିକିତ୍ସାର ବହୁତ ଆବଶ୍ୟକତା ରହିଛି ଅନ୍ୟଥା ଆଗକୁ ଆପଣ ଏହି ଡାଇବେଟିସ କାରଣରୁ ହୃଦରୋଗ, ଷ୍ଟ୍ରୋକ କିମ୍ବା ଅନ୍ୟ କୌଣସି ଘାତକ ରୋଗରେ ପୀଡିତ ହୋଇପାରନ୍ତି ।

Get real time updates directly on you device, subscribe now.