fbpx

ନିୟନ୍ତ୍ରଣରେ ରହିବ ଡାଇବେଟିସ : ସକାଳୁ ସକାଳୁ ଚୋବାଇ ଖାଆନ୍ତୁ ଏହି ୪ ପତ୍ର

ଭୁବନେଶ୍ୱର : ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି, ଆଉ ଏହି ଡାଇବେଟିସ୍ ନିଜ ସହ ଏକାଧିକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିପାରେ । ଘରେ ଘରେ ଲୋକମାନେ ଏବେ ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗରେ ପାକସ୍ଥଳୀରେ ଇନସୁଲିନ୍ କମ୍ ସୃଷ୍ଟି ହୋଇଥାଏ । ଇନସୁଲିନ୍ ହିଁ କାର୍ବୋହାଇଡ୍ରେଟକୁ ହଜମ କରାଇ ଶକ୍ତିରେ ପରିବର୍ତ୍ତିତ କରିଥାଏ । ଇନସୁଲିନ୍ ଅଭାବ କାରଣରୁ ଏହି କାର୍ବୋହାଇଡ୍ରେଟ୍ ଏନର୍ଜିରେ ପରିବର୍ତ୍ତିତ ହୋଇ ପାରି ନ ଥାଏ । ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ବଢିଯାଏ ଯାହାକୁ ଆମେ ବ୍ଲଡ ସୁଗାର କହିଥାଉ । ଯେହେତୁ ଏହା ଏକ ଜୀବନଶୈଳୀ ରୋଗ ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟପେୟ ଆପଣାଇ ଆପଣ ଏହି ରୋଗରୁ ରକ୍ଷା ପାଇପାରିବେ । ଏହା ସହିତ କିଛି ହର୍ବାଲ ଉପାୟ ମାଧ୍ୟମରେ ମଧ୍ୟ ଆପଣ ଏଥିରୁ ମୁକ୍ତି ପାଇପାରିବେ । ଏନସିବିଆଇ (ଆମେରିକା ନ୍ୟାସନାଲ୍ ସେଣ୍ଟର ଫର ବାୟୋଟେକ୍ନୋଲଜି ଇନଫର୍ମେସନ)ଅଧ୍ୟୟନ ଆଧାରରେ କିଛି ହର୍ବାଲ ବା ଔଷଧୀୟ ପତ୍ର ରହିଛି ଯାହା ଖାଇବା ଦ୍ୱାରା ଆପଣ ଡାଇବେଟିସ୍ ନିୟନ୍ତ୍ରଣ କରିପାରିବେ ।

ୟୁକାଲିପଟାସ୍ ପତ୍ର : ୟୁକାଲିପଟାସକୁ ନୀଳଗିରି କୁହାଯାଏ । ଏହାର ପତ୍ର ହର୍ବାଲ ମେଡିସିନ୍ ପରି କାମ କରିଥାଏ । ଏନସିବିଆଇ ରିସର୍ଚ୍ଚରେ କୁହାଯାଇଛି ଏହାର ପତ୍ର ଖାଇବା ଦ୍ୱାରା ଡାଇବେଟିସ୍ ନିୟନ୍ତ୍ରଣରେ ରହିଥାଏ । ଏହି ପତ୍ରରେ ଗ୍ଲାଇକୋସାଇଡସ୍, ଆଲକାଲଏଡ୍, ପ୍ଲେଭେନଏଡସ୍, ଟରପେନୋଏଡସ୍, କେରେଟନୋଏଡସ୍ ପରି ଯୌଗିକ ରହିଛି ଯାହା ପାକସ୍ଥଳୀରେ ବିଟା ସେଲସକୁ ସକ୍ରିୟ କରିଥାଏ । ଏହି ସମସ୍ତ ଯୌଗିକ ଆଣ୍ଟିଡାଇବେଟିସ୍ ଗୁଣରେ ଭରପୁର ।

ମେଥି ପତ୍ର : ଏହା ଆଣ୍ଟି ଡାଇବେଟିକ୍ ଅଟେ । ମେଥି ପତ୍ର ଚୋବାଇ ଖାଇବା କିମ୍ବା ଏହାକୁ ଜୁସ୍ କରି ପିଇବା ଦ୍ୱାରା ଶାରୀରିକ ପ୍ରକ୍ରିୟା ଜନିତ ରୋଗରୁ ମୁକ୍ତି ମିଳିଥାଏ । ମେଥିରେ ବ୍ଲଡ ସୁଗାର ବି ବହୁ ସହଜରେ କମ୍ କରାଯାଇପାରେ । ଆପଣ ଖାଦ୍ୟରେ ଯେ କୌଣସି ରୂପରେ ଏହାକୁ ପ୍ରୟୋଗ କରିପାରିବେ ।

ଏଲୋବେରା : ଏହା ଏକ ଚମକ୍ରାରୀ ହର୍ବାଲ ପ୍ଲାଣ୍ଟ । ଏହାଦ୍ୱାରା ବହୁ ରୋଗର ଚିକିତ୍ସା କରାଯାଇପାରେ । ଅଧ୍ୟନରୁ ପ୍ରମାଣିତ ହୋଇଛି ଯେ, ଏହା କ୍ରନିକ୍ ଡିଜିଜ୍ କମ୍ କରିବାରେ ସହାୟକ ହୋଇଥାଏ । ଏଲୋବେରା ପତ୍ର କିମ୍ବା ଜୁସ୍ ସୁଗାର ଦ୍ରୁତ ଗତିରେ ହ୍ରାସ କରିପାରେ ।

ଭୃଗୁରାଜ ପତ୍ର : ଏନସିବିଆଇ ଏହାର ଏକ ରିସର୍ଚ୍ଚରେ କହିଛି ଭୃଗୁରାଜ ପତ୍ରରେ ଆଣ୍ଟି ଡାଇବେଟିକ୍ ଗୁଣ ରହିଛଇ । ରିପୋର୍ଟ ଅନୁଯାୟୀ ଏହାର ପତ୍ରରେ ହାଇପୋଗ୍ଲୋସେମିକ୍ ଗୁଣ ରହିଛି । ଅର୍ଥାତ୍ ଏହା ବ୍ଲଡ ସୁଗାର କମ୍ କରିଥାଏ । ଭୃଗୁରାଜ ପତ୍ର ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଇନସୁଲିନ୍ ଉତ୍ପାଦନ ବଢିପାରେ ଫଳରେ ବ୍ଲଡ ସୁଗାର ଆପେ ଆପେ ନିୟନ୍ତ୍ରଣ ହୋଇଥାଏ ।

ଚା’ ପତ୍ର : ଆମେ ଚା’ ପତ୍ରକୁ ଶୁଖାଇ ଚା’ ଗୁଣ୍ଡ ବନାଇ ଥାଉ କିନ୍ତୁ ଏହି ପତ୍ରକୁ ତୋଳି ସକାଳୁ ସକାଳୁ ଚୋବାଇ ଖାଇବା ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ । କାରଣ ଚା’ ପତ୍ରରେ ଆଣ୍ଟି ଡାଇବେଟିକ୍ ଗୁଣ ଭରି ରହିଛି ।

 

Get real time updates directly on you device, subscribe now.