ଯାଜପୁର: ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦୁଇ ଦିନ ମଧ୍ୟରେ ୫୦୦ରୁ ଉର୍ଦ୍ଧ୍ୱ ଆକ୍ରନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ। ଦୁଇ ମ୍ୟୁନିସପାଲଟି, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦିରେ ବ୍ୟାପୁଛି। କେଉଁ କାରଣରୁ ଏହି ଝାଡାବାନ୍ତି ହେଉଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଯାଜପୁର ରୋଡ୍ ଏବଂ ଦାନଗଦିରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ସମସ୍ତ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଯାଜପୁର ଝାଡ଼ାବାନ୍ତି ଘଟଣାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ସେ କହିଛନ୍ତି ଯେ, ଏଯାଏଁ ନିୟନ୍ତ୍ରଣକୁ ଆସିନି ଯାଜପୁର ଝାଡ଼ାବାନ୍ତି।
ଆକ୍ୟୁଟ ଡାଇରିଆ କାରଣରୁ କିଛି ରୋଗୀ ଗୁରୁତର ଅଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି। ପ୍ରକୃତ କାରଣ ଯାଞ୍ଚ ଚାଲିଛି। ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ସନ୍ଦେହ କରାଯାଉଛି। ୨୦ରୁ ଉର୍ଦ୍ଧ୍ୱ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି।