fbpx

Math-Maths-Mathematics: ଏହି ତିନୋଟି ଶବ୍ଦ ମଧ୍ୟରେ ଅନ୍ତର କ’ଣ

ନୂଆଦିଲ୍ଲୀ: ଆପଣମାନେ ସ୍କୁଲରେ ପାଠ ପଢ଼ିବା ସମୟରେ ଗଣିତ ବା ‘ମାଥମେଟିକ୍ସ’ ବିଷୟ ନିଶ୍ଚିତ ଭାବେ ପଢ଼ିଥିବେ । କାହାର ଗଣିତ ହୁଏ ତ ଆଉ କାହାର ଜମା ହୁଏନି । ତେବେ ଇଂରାଜୀ ହେଉ ବା ଅନ୍ୟ ଭାଷାରେ ହେଉ କଥାବାର୍ତ୍ତା କଲାବେଳେ ଓ ଲେଖିଲା ବେଳେ ଅନେକ ତିନୋଟି ଶବ୍ଦ ବ୍ୟବହାର କରିଥାନ୍ତି । ତେଣୁ ଏନେଇ ଅନେକ ଦ୍ୱନ୍ଦ୍ୱରେ ପଡ଼ିଯାଇଥାନ୍ତି । ମାଥ, ମାଥସ ଓ ମାଥମେଟିକ୍ସ କାହିଁକି ବ୍ୟବହାର କରାଯାଏ?

ପ୍ରକୃତରେ ଏହି ତିନୋଟି ଶବ୍ଦର ଅର୍ଥ ସମାନ ନା ଅଲଗା ଅଲଗା ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ । ଏହି ତିନୋଟି ଶବ୍ଦ ଯଦି ଗୋଟିଏ ବିଷୟ ପାଇଁ ବ୍ୟବହୃତ ହୋଇଥାଏ, ଏହା ଅଲଗା ଅଲଗା କାହିଁକି? ମାଥ ଓ ମାଥସ ଦୁଇ ଶବ୍ଦ ମାଥମେଟିକ୍ସର ଶର୍ଟ ଟର୍ମ କି? ଯଦି ହଁ, ତେବେ ମାଥସ ଓ ମାଥ କାହିଁକି? ଏ କ୍ଷେତ୍ରରେ କେବଳ ଗୋଟିଏ ଶବ୍ଦ କାହିଁକି ବ୍ୟବହାର କରାଯାଏ ନାହିଁ?

ପ୍ରକୃତ କଥା ହେଉଛି, ମାଥ, ମାଥସ ଓ ମାଥମେଟିକ୍ସ ଏହି ତିନୋଟି ଶବ୍ଦ ଗୋଟିଏ ଜିନିଷ ପାଇଁ ବ୍ୟବହାର ହୋଇଥାଏ । ତାହା ହେଉଛି ସଂଖ୍ୟା, ଆକାର ଓ ପ୍ୟାଟର୍ଣ୍ଣ । ମାତ୍ର ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ମଧ୍ୟରେ ଏହି ଶବ୍ଦଗୁଡ଼ିକର ବ୍ୟବହାର ନେଇ ଅନ୍ତର ରହିଥାଏ । ଏହି ତିନୋଟି ଯାକ ଶବ୍ଦର ଅର୍ଥ ହେଉଛି ଗଣିତ । ମାଥ୍ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ପ୍ରଚଳିତ ହୋଇଥାଏ । ଅର୍ଥାତ ଏହା ଆମେରିକାନ ଇଂଲିଶ । ଆମେରିକାନ ଇଂଲିଶରେ ଗଣିତକୁ ମାଥ କୁହାଯାଏ । ସେହିପରି ୟୁନାଇଟେଡ କିଙ୍ଗଡମ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆରେ ବ୍ରିଟିଶ ଇଂଲିଶ ବ୍ୟବହାର କରାଯାଇଥାଏ । ମାଥମେଟିକ୍ସ ଏକ ଔପଚାରିକ ଶବ୍ଦ ହୋଇଥିବା ବେଳେ ଏହାକୁ ସଂଯୁକ୍ତ ରାଜ୍ୟ ଓ ୟୁନାଇଟେଡ କିଙ୍ଗଡମରେ ବ୍ୟବହାର କରାଯାଏ ।

Get real time updates directly on you device, subscribe now.