ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ, ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା

ଜଗନ୍ନାଥ ଧାମ, ଶ୍ରୀପୁରୁଷତ୍ତୋମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି ।

ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିର ନେଇ ବୟାନ ଦେଲେ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା ।

ଜଗନ୍ନାଥ ଧାମ, ଶ୍ରୀପୁରୁଷତ୍ତୋମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି  । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା ।

ଗଜପତି ମହାରାଜାଙ୍କ କହିବା ଅନୁସାରେ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଉଲ୍ଲେଖ କରି କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର । ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ନୀଳାଚଳ ଧାମ ଭାବରେ ନାମିତ କରାଯାଇ ପାରିବ ନାହିଁ ।

ପୁରୀ ହେଉଛି ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଏବଂ ନିତ୍ୟ ପୀଠ । ଭଗବାନ ବ୍ରହ୍ମାଙ୍କ ଜୀବନକାଳର ପ୍ରଥମ ପରାର୍ଦ୍ଧ ସମୟରେ ମହାପ୍ରଭୁ ଶ୍ରୀପୁରୁଷୋତ୍ତମକ୍ଷେତ୍ର ପୁରୀରେ ନୀଳମାଧବ ରୂପରେ ଥିଲେ ।

ଏହାପରେ ଭଗବାନ ବ୍ରହ୍ମାଙ୍କର 51 ତମ ବର୍ଷରେ ମହାପ୍ରଭୁ ଚତୁର୍ଦ୍ଧା ଦାରୁ ବିଗ୍ରହ ଭାବେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଆର୍ବିଭାବ ହୋଇ ଉପାସିତ ହେଉଛନ୍ତି ।