fbpx

ଦୁଇ ମାସ ପାଇଁ ସ୍କୁଲରେ digital attendance ସ୍ଥଗିତ, ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଯାଇଛି । ଏନେଇ ମଙ୍ଗଳବାର ମୁଖ୍ୟ ସଚିବ ମନୋଜ କୁମାରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ସଂଘ ସହ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପରେ ପ୍ରାଥମିକ ଶିକ୍ଷକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ।

ଜୁଲାଇ ୮କୁ ଯୋଗି ସରକାର ସମସ୍ତ ପ୍ରଥିମିକ ଶିକ୍ଷକଙ୍କ ପାଇଁ ଡିଜିଟାଲ ଆଟେଣ୍ଡାନ୍ସ ଲାଗୁ କରିଥିଲେ । ଏହା ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ବିରୋଧ ଦେଖାଦେଇଥିଲା । ଅପରପକ୍ଷରେ ଯୋଗୀ ସରକାର ଏହା ଆଶ୍ୱାସନା ଦେଇଛନ୍ତି ଯେ ଏକ ଏକ୍ସପର୍ଟ କମିଟି ଗଠନ ହେବ ଯିଏ ଦୁଇ ମାସ ପର୍ଯ୍ୟନ୍ତ ଶିକ୍ଷକଙ୍କ ସମସ୍ୟା ଉପରେ ବିଚାର କରିବେ । ଏହା ପରେ ସମସ୍ତଙ୍କ ହିତକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନିଆଯିବ । ଏହା ସହ ଉକ୍ତ କମିଟି ୨ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ ।

Get real time updates directly on you device, subscribe now.