(video) ଟଙ୍କା-ଫଟୋ ପଠାଅ ମହାକୁମ୍ଭରେ ଡିଜିଟାଲ ବୁଡ଼ ପକାଅ
ମହାକୁମ୍ଭରେ ଟଙ୍କା ରୋଜଗାର କରିବାର ନୂଆ ତରିକା। ଆପଣମାନେ ମହାକୁମ୍ଭରେ ବୁଡ଼ ପକାଇବାକୁ ଚାହୁଁଛନ୍ତି କି? ହେଲେ ପ୍ରୟାଗରାଜ ଯାଇପାରୁନାହାନ୍ତି। ତାହାଲେ ହ୍ୱାଟ୍ସଆପରେ ଟଙ୍କା-ଫଟୋ ପଠାନ୍ତୁ ଡିଜିଟାଲ ବୁଡ଼ ପକାଇଦେବେ ଏହି ବ୍ୟକ୍ତି। ଭିଡ଼ିଓ ଭାଇରାଲ।
ଉତ୍ତରପ୍ରଦେଶ: ପ୍ରୟାଗରାଜର ମହାକୁମ୍ଭରୁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି। ମହାକୁମ୍ଭ କାହାକୁ ନୂଆ ପରିଚୟ ଦେଇଛି। ତ ଆଉ କାହାକୁ ରୋଜଗାରର ବାଟ ଦେଖାଇଛି। ହେଲେ ଏବେ ଜଣେ ବ୍ୟକ୍ତି ରୋଜଗାରର ନୂଆ ତରିକା ଆପଣାଇଛନ୍ତି। ଯାହାକି ହେଉଛି ମହାକୁମ୍ଭରେ ଡିଜିଟାଲ ସ୍ନାନ।
ହଁ ଏହି କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ ଏହା ସତ। ମହାକୁମ୍ଭରେ ଜଣେ ବ୍ୟକ୍ତି ଯେଉଁମାନେ ମହାକୁମ୍ଭରେ ବୁଡ ପକାଇପାରୁନାହାନ୍ତି। ସେମାନଙ୍କ ପାଇଁ ଡିଜିଟାଲ ବୁଡ଼ର ଆୟୋଜନ କରିଛନ୍ତି। ଏଥିପାଇଁ ତାଙ୍କୁ ହ୍ୱାଟ୍ସଆପରେ ଫଟୋ ଆଉ ଟଙ୍କା ପଠାଇବାକୁ ପଡୁଛି।
ଡିଜିଟାଲ ସ୍ନାନ: ଏହି କଥାଟି ଆପଣଙ୍କୁ ହୁଏତ ଟିକେ ଅଜବ ଲାଗୁଥିବ। କିନ୍ତୁ ପ୍ରୟାଗରାଜର ବାସିନ୍ଦା କହୁଥିବା ଦୀପକ୍ ଗୋୟଲ୍ ନାମକ ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ସେ କିଛି ପାସପୋର୍ଟ ସାଇଜ୍ ଫଟୋକୁ ନେଇ ମହାକୁମ୍ଭରେ ବୁଡ଼ାଉଛନ୍ତି। ଆଉ କହୁଛନ୍ତି ଯେଉଁମାନେ ମହାକୁମ୍ଭ ଆସିପାରୁନାହାନ୍ତି। ମନଦୁଃଖ କରନ୍ତୁନି। ମତେ ହ୍ୱାଟ୍ସଆପରେ ୧୧୦୦ଟଙ୍କା ଆଉ ଏକ ଡିଜିଟାଲ ଫଟୋ ଫଟାନ୍ତୁ। ମୁଁ ମହାକୁମ୍ଭରେ ଆପଣଙ୍କର ଡିଜିଟାଲ ବୁଡ଼ ପକାଇଦେବି।
ଶେଷ ପର୍ଯ୍ୟାୟରେ ମହାକୁମ୍ଭ: ତେବେ ଆଉ କେତେଟା ଦିନର ଅପେକ୍ଷା। ତାପରେ ଶୂନସାନ ହୋଇଯିବ ତ୍ରିବେଣୀ ତଟ। ଖାଁ ଖାଁ ଲାଗିବ ମହାକୁମ୍ଭ ପଡିଆ। କାରଣ ଆଉ କେଇ ଦିନ ପରେ ସରିଯିବ ମହାକୁମ୍ଭ। ତେଣୁ ଏହି ଦେଢ ମାସ ଧରି ଚାଲିଥିବା ମହାକୁମ୍ଭ ମେଳାରେ ଏବେସୁଦ୍ଧା ୫୫ କୋଟି ଲୋକ ସ୍ନାନ କରିସାରିଲେଣି।
ଯେହେତୁ ୧୪୪ ବର୍ଷ ପରେ ମହାକୁମ୍ଭ ପଡିଛି। ତେଣୁ ପୂର୍ଣ୍ଣ ଅର୍ଜନ କରିବା ପାଇଁ ପ୍ରତ୍ୟେକ ଦିନ ମହାକୁମ୍ଭର ତ୍ରିବେଣୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି। ଆଉ ଯେଉଁମାନେ କୌଣସି କାରଣ ବଶତଃ ମହାକୁମ୍ଭର ପୂର୍ଣ୍ଣ୍ୟ ଅର୍ଜନ କରିପାରୁନାହାନ୍ତି। ସେମାନଙ୍କ ପାଇଁ ଏକ ନୂଆ ତରିକା ଆପଣାଇଛନ୍ତି ଦୀପକ୍ ଗୋୟଲ୍ ନାମକ ଏହି ଯୁବକ।
Digital Snan at #MahaKumbh2025 for Rs. 1,100/-pic.twitter.com/gBLYiVNmMs
— NCMIndia Council For Men Affairs (@NCMIndiaa) February 21, 2025
ଭିଡ଼ିଓର କମେଣ୍ଟ: ସେ ଏକ ଭିଡ଼ିଓ କରି କିଛି ଫଟୋର ବୁଡ଼ ପକାଉଛନ୍ତି। ଆଉ କହୁଛନ୍ତି ଯେଉଁମାନେ ମହାକୁମ୍ଭ ଆସିପାରୁନାହାନ୍ତି ମତେ ଟଙ୍କା ଆଉ ଫଟୋ ପଠାନ୍ତୁ ମୁଁ ତାଙ୍କର ଡିଜିଟାଲ ବୁଡ଼ ପକାଇଦେବି।
ଯାହା ଉପରେ ବିଭିନ୍ନ ୟୁଜର୍ସ ବିଭନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। କିଛି ୟୁଜର୍ସ କମେଣ୍ଟ କରିଛନ୍ତି ବ୍ୟବସାୟ ନାଁରେ ଲୋକଙ୍କ ଶ୍ରଦ୍ଧା ସହ ଖେଳୁଛନ୍ତି ଏହି ବ୍ୟକ୍ତି। ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି ଟଙ୍କା ରୋଜଗାର କରିବାର ଏଭଳି ମାଧ୍ୟମ ଆଦୌ ଗ୍ରହଣୀୟ ନୁହଁ।