fbpx

ସନାତନ ଧର୍ମକୁ ନେଇ ବଢୁୁଥିବା ବିବାଦରୁ ବିଜେପି ଉଠାଉଛି ଲାଭ, କଂଗ୍ରେସକୁ ଚୁପ୍ ରହିବାକୁ ଦଳର ଶୀର୍ଷ ନେତାମାନେ ଦେଲେ ପରାମର୍ଶ

ହାଇଦ୍ରାବାଦ: ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହିତ କିଛି ନେତା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି)ରେ କହିଛନ୍ତି, ଦଳ ଏପରି ବିବାଦରୁ ଦୂରେଇ ରହିବା ଉଚିତ ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ରାହୁଲ ଗାନ୍ଧୀ କହିଛନ୍ତି ନେତାମାନେ ସନାତନ ଧର୍ମ ବିବାଦରେ ପଡିବା ପରିବର୍ତ୍ତେ ଗରିବ ଓ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । କାରଣ ଏହିମାନେ ହିଁ ଦଳର ପାରମ୍ପାରିକ ଭୋଟ୍ ବ୍ୟାଙ୍କ ରହି ଆସିଛନ୍ତି ।

ସିଡବ୍ଲ୍ୟୁସି ବୈଠକରେ ବାଘେଲା ଓ ଦିଗବିଜୟ ସିଂହ ଉଭୟ କହିଛନ୍ତି ସନାତନ ଧର୍ମ ବିବାଦ ଉପରେ ଦଳ ମୁହଁ ଖୋଲିବା ଦ୍ୱାରା ଦଳର କ୍ଷତି ହେବ ଓ ବିଜେପିକୁ ଲାଭ ମିଳିବ । ସେହିପରି ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ କହିିଛନ୍ତି , ବିଜେପି ଅସଲ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଓ କଂଗ୍ରେସ ଏହି ବିବାଦରେ ପଡିବ ନାହିଁ । ସେ କହିଛନ୍ତି କଂଗ୍ରେସ ସର୍ବଧର୍ମ ସମଭାବରେ ବିଶ୍ୱାସ କରିଥାଏ ।

Get real time updates directly on you device, subscribe now.