(Video) ସ୍ବାସ୍ଥ୍ୟ ବିଭାଗର ଅମାନବୀୟ ଚେହେରା! ମୃତକଙ୍କ ଗର୍ଭବତୀ ସ୍ତ୍ରୀକୁ ସଫା କରାଇଲେ ହସ୍ପିଟାଲ ବେଡ୍, 2 କର୍ମଚାରୀ ସସପେଣ୍ଡ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଦିନ୍ଦୋରୀ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭାଇରାଲ ଭିଡିଓକୁ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ଉପରେ ଏଭଳି ହୋଇପାରେ କି ବୋଲି ମନକୁ ପ୍ରଶ୍ନ ଆସୁଛି । ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅମାନୁଷିକ ଚିନ୍ତାଧାରା ପାଇଁ ତାଙ୍କୁ ସସପେଣ୍ଡ ମଧ୍ୟ କରାଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ଗର୍ଭବତୀ ମହିଳାଙ୍କ ଦ୍ୱାରା ହସ୍ପିଟାଲ୍ ବେଡ୍ ସଫା କରାଯାଇଥିଲା। ଏହି ପ୍ରସଙ୍ଗରେ ଡାକ୍ତରଙ୍କ ସମେତ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିଲା ଡାକ୍ତରଖାନା ପରିଚାଳନା କାର୍ଯ୍ୟକୁ ଚରମ ଅବହେଳା ବୋଲି ବିଚାର କରି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିଲା ।
ସୂଚନା ଅନୁସାରେ, ଜମି ବିବାଦକୁ ନେଇ ସାଂଘାତିକ ଆକ୍ରମଣ ପରେ ମହିଳା ଜଣକ ତାଙ୍କ ରକ୍ତରେ ଭିଜୁଥିବା ସ୍ୱାମୀଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ସମୟରେ ଗୁରୁତର ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ରକ୍ତ ଜୁଡୁବୁଡୁ ବେଡ୍ ସଫା କରିବା ପାଇଁ କୁହାଯାଇଥିଲା । ମହିଳାଜଣକ ଗର୍ଭବତୀ ରହିଥିବା ବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁର ଦୁଃଖକୁ କିଭଳି ହସ୍ପିଟାଲ କର୍ମଚାରୀ ବୁଝିପାରିଲେନି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ନିନ୍ଦା କରୁଛନ୍ତି । ଜମି ବିବାଦକୁ ନେଇ ଗର୍ଭବତୀଙ୍କ ସ୍ବାମୀଙ୍କ ଉପରକୁ ଆକ୍ରମଣ ହୋଇଥିଲା । ତେବେ ହସ୍ପିଟାଲ ଆଣିବା ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
The husband of a 5-month pregnant woman had died some time ago. After her husband’s death, the government hospital administration forced her to clean the bed. The incident took place in Dindori, Madhya Pradesh. pic.twitter.com/WtASJ8JpV8
— The Dalit Voice (@ambedkariteIND) November 1, 2024