fbpx

୨ ବର୍ଷ ପରେ ଦେଶରୁ ହଟିଲା କରୋନା ମହାମାରୀ ଆଇନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରୁ ହଟିଛି କୋରୋନା ମହାମାରୀ ଆଇନ । ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କେସ୍ ଲୋଡ, ଡେଲି ପଜିଟିଭିଟି ହାର କମିବାରୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି ।

ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନି ଗୃହ ମନ୍ତ୍ରାଳୟ । ତେଣୁ ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି । ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଣୁଥିବା ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି । ଗତ ୨ ର୍ବେ ହେଲା ଡିଜାଷ୍ଟର ମ୍ୟାନେଜମେଣ୍ଟ ଆଇନ ଲାଗୁ ହୋଇଥିଲା । କିନ୍ତୁ ଆଡଭାଇଜରି ମାନିବା, ମାସ୍କ ପିନ୍ଧିବା ପାଇଁ ଗୃହ ସଚିବ ପରାମର୍ଶ ଦିଆଯାଇଛି ।

ତେବେ ୨୦୨୦ ମାର୍ଚ୍ଚ ୨୪ରୁ ଦେଶରେ ମହାମାରୀ କଟକଣା ଲାଗିଥିଲା । ମହାମାରୀ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନ ହଟିଛି । କୋଭିଡର ପ୍ରକୋପ କମିଥିବାରୁ ପୂର୍ବ ନିୟମକୁ ପ୍ରତ୍ୟାହାର କରିଛି କେନ୍ଦ୍ର । କୋଭିଡ ସ୍ଥିିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଅନ୍ୟପଟେ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତା ମାର୍ଚ୍ଚ ୩୧ରୁ ହଟିବ ମହାମାରୀ ଆଇନ ।

Get real time updates directly on you device, subscribe now.