fbpx

ପୁଣି ଥରେ ଅଶୋକ ଗେହଲଟ୍-ସଚିନ ପାଇଲଟଙ୍କ ମଧ୍ୟରେ କଳହ, ବିଜେପିକୁ ମିଳିଗଲା ସୁଯୋଗ

ଜୟପୁର: ଜାଲୋରରେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନରେ ରାଜନୀତି ସରଗରମ ଚରମରେ ରହିଛି। କେବଳ ବିଜେପି ନୁହେଁ ବିଏସପି ପରି ବିରୋଧୀ ଦଳ ମଧ୍ୟ ଅଶୋକ ଗେହଲଟ ସରକାରଙ୍କୁ ଘେରିଛନ୍ତି। କେବଳ ଏତିକି ନୁହେଁ କଂଗ୍ରେସ ସରକାରରେ ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍। ଦଳିତଙ୍କ ଉପରେ ଅତ୍ୟାଚାର ରୋକିବାରେ ସରକାର ବିଫଳ ଅଭିଯୋଗ କରି କଂଗ୍ରେସ ବିଧାୟକ ପାନାଚନ୍ଦ ମେଘଓ୍ଵାଲ ଇସ୍ତଫା ଦେଇଛନ୍ତି। ପୁଣି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ପୀଡିତଙ୍କ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇଛନ୍ତି। ସେ କେବଳ ପୋଲିସ ଉପରେ ପ୍ରଶ୍ନ ଉଠାଇ ନାହାନ୍ତି ବରଂ ଗେହଲଟ ସରକାରଙ୍କ ଦଲିଲକୁ ମଧ୍ୟ ଖାରଜ କରିଛନ୍ତି। ଗେହଲଟ୍ ସରକାର କହିଥିଲେ ଯେ, ଅନ୍ୟ ରାଜ୍ୟରେ ଏମିତି ଅପରାଧିକ ଘଟଣା ଘଟୁଛି।

ପାଇଟଲ୍ ଏବଂ ଗେହଲଟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପରୁ ବିଜେପକୁ ସୁଯୋଗ ମିଳି ଯାଇଛି। ବିଜେପି ଗେହଲଟରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରି ଦେଇଥିବା ବେଳେ ପାଇଲଟଙ୍କୁ ପ୍ରଶଂସା କରିବାରେ କୌଣସି ସୁଯୋଗ ହାତଛଡା କରୁନାହିଁ। ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳି ଯାଇଛି। ବିଜେପି ପାଇଲଟଙ୍କୁ ନିଜ ପକ୍ଷରେ ଟାଣିବାକୁ ମଧ୍ୟ ପରୋକ୍ଷରେ ଉଦ୍ୟମ କରି ଆସିଛି।

କଣ କହିଛନ୍ତି ପାଇଲଟ୍

ସଚିନ ପାଇଲଟ୍ ମଙ୍ଗଳବାର ଜାଲୋରରେ ଦଳିତ ଛାତ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମାଠିଆ ଛୁଇଁବା ନେଇ ଶିକ୍ଷକଙ୍କ ମାଡରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ହେଲେ ପୋଲିସ ଭିନ୍ନ ଦାବି କରୁଛି। ସଚିନ ପାଇଲଟ୍ କହିଛନ୍ତି, ଏହି ଧରଣର ଘଟଣାକୁ କଦାପି ବରଦାସ୍ତ କରାଯାଇ ପାରିବ ନାହିଁ। ପୀଡିତ ପରିବାର ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବା ସ୍ଥାନୀୟ ପୋଲିସ ଅଧିକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସଚିନ ପାଇଲଟ୍ ଦାବି କରିଛନ୍ତି। ପୀଡିତ ପରିବାରକୁ ଭେଟିବା ପରେ ସେ କହିଛନ୍ତି, ଆମକୁ ଦଳିତ ପରିବାରକୁ ଏହି ବିଶ୍ଵାସ ଦେବାକୁ ପଡିବ ଯେ, ଆମେ ତାଙ୍କ ସହିତ ଛିଡା ହୋଇ ରହିଛୁ। ସରକାରଙ୍କୁ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ କାମ କରିବା ଉଚିତ୍।

Get real time updates directly on you device, subscribe now.