fbpx

ବଦଳିଲା YouTubeର ନିୟମ, Dislike Button ଏଣିକି ସମସ୍ତଙ୍କ ପାଇଁ ହୋଇଯିବ ପ୍ରାଇଭେଟ୍

ନୂଆଦିଲ୍ଲୀ: ୟୁଟ୍ୟୁବରେ ଏଣିକି ଆପଣମାନେ ଆଉ ଡିସଲାଇକ୍ ସଂଖ୍ୟା ଦେଖିପାରିବେ ନାହିଁ । ଏନେଇ କମ୍ପାନୀ ପକ୍ଷରୁ ଅଫିସିଆଲି ଘୋଷଣା କରାଯାଇଛି । ଏହି ପଦକ୍ଷେପ ଫଳରେ ଛୋଟ କ୍ରିଏଟର୍ସଙ୍କୁ ଅଧିକ ସୁବିଧା ଉପଲବ୍ଧ ହେବା ସହ ପବ୍ଲିକ୍ ଶେମିଂରୁ ରକ୍ଷା ମିଳିପାରିବ । ସାଧାରଣତଃ ନୂଆ ନୂଆ ଚ୍ୟାନେଲ ଆରମ୍ଭ କରୁଥିବା ଛୋଟ କ୍ରିଏଟର୍ସଙ୍କୁ ଅଧିକ ଟାର୍ଗେଟ୍ କରି ସେମାନଙ୍କ ଭିଡିଓ ଉପରେ ଡିସଲାଇକ୍ କରାଯାଇଥାଏ । ଏଣିକି ଆପଣଙ୍କ ଭିଡିଓ ଉପରେ କେତେ ଡିସଲାଇକ୍ ଆସିଛି, ତାହା ଅନ୍ୟ କୌଣସି ବ୍ୟକ୍ତି ଦେଖିପାରିବ ନାହିଁ । ଭିଡିଓ ବନାଉଥିବା ବ୍ୟକ୍ତିଙ୍କ ପାଇଁ ଏ ସମ୍ବନ୍ଧୀୟ ସମସ୍ତ ସେବା ଜାରି ରହିବ ବୋଲି କମ୍ପାନୀର ବ୍ଲଗ୍ ପୋଷ୍ଟରେ କୁହାଯାଇଛି ।

ୟୁଟ୍ୟୁବ ପକ୍ଷରୁ ଏହି ନୂଆ ପଦକ୍ଷେପକୁ ଏକ ଏକ୍ସପରିମେଣ୍ଟ ଭାବେ କରାଯାଇଛି । ଡିସଲାଇକ୍ ବଟନ ହଟାଇବା ପରେ ଛୋଟ କ୍ରିଏଟର୍ସଙ୍କ ଉପରେ ହମଲା ହ୍ରାସ ପାଉଥିବା ଦେଖାଯାଉଛି । ଗୋଟିଏ ଭିଡିଓ ଉପରେ କେତେ ଡିସଲାଇକ୍ ଆସିଛି ତାହା ଜାଣି ନ ପାରିବା ଫଳରେ ଲୋକମାନେ ଡିସଲାଇକ୍ କରନ୍ତି ନାହିଁ । ତେବେ ବର୍ତ୍ତମାନ ଆପଣଙ୍କୁ ଡିସଲାଇକ୍ ବଟନ ଦେଖାଯିବ ଓ ଆପଣ ତାହାକୁ ଡିସଲାଇକ୍ କରିପାରିବେ । ମାତ୍ର ଭିଡିଓ ଉପରେ କେତେ ଡିସଲାଇକ୍ ଆସିଛି, ତାହା କ୍ରିଏଟର୍ସଙ୍କ ଛଡ଼ା ଅନ୍ୟ କେହି ଦେଖିପାରିବେ ନାହିଁ । ବିଭିନ୍ନ ଦିଗକୁ ବିଚାର କରି କମ୍ପାନୀ ଡିସଲାଇକ୍ ଆକାଉଣ୍ଟକୁ ପ୍ରାଇଭେଟ୍ କରିଦେଇଛି । କ୍ରିଏଟର୍ସମାନେ କ୍ରିଏଟିଭ୍ ଷ୍ଟୁଡିଓକୁ ଯାଇ ଡିସଲାଇକ୍ ଦେଖିପାରିବେ ।

Get real time updates directly on you device, subscribe now.