fbpx

୩୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୩୦ ଜିଲ୍ଲା; ଗୁରୁଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶା ସରକାର ସର୍ବଦା ଜନସମାଜର ଉନ୍ନତି ପାଇଁ କାହିଁ କେତେ ଉନ୍ନୟନମୂଳକ ପ୍ରକଳ୍ପ ନିଜ ହାତକୁ ନେଇଛନ୍ତି। ତେବେ ଏହାକୁ ତୃଣ ମୂଳ ସ୍ତରରେ ଲୋକ ମାନଙ୍କ ପାଖରେ ପହଞ୍ଚେଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଯାହା ପାଇଁ ସେ ରାଜ୍ୟ ସରକାର ୩୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି।ଯେଉଁଥିରେ ଅଧିକାରୀମାନେ ଯାହା ମୁଖ୍ୟ ସମସ୍ୟା ଏବଂ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦାୟିତ୍ୱର ତଦାରଖ କରିବେ।

ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ଅଧିକାରୀମାନେ ସରକାରଙ୍କ ଗୁଣ୍ଡୁଚି ମୂଷା ସାଜିବେ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହା ଅନୁସାରେ, ତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡା ବୃନ୍ଦା ଡିଙ୍କୁ ଅନୁଗୁଳ ଜିଲ୍ଲା ମିଳିଥିବା ବେଳେ ଜାବେଳେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗିର,ଶ୍ରମ କମିଶନର ଏନ୍ ଥିରୁମାଳା ନାଏକଙ୍କୁ ବାଲେଶ୍ୱର,ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼ ମିଳିଛି। ସେହି ପରି ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ,ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କୁ ଦେବଗଡ଼ ମିଳିଛି ।

ସେହିପରି ଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢ଼େଙ୍କାନାଳ,ଶ୍ରମ ସଚିବ ଚିତ୍ର ଅରୁମୁଗମଙ୍କୁ ଗଜପତି ଜିଲ୍ଲା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥିଙ୍କୁ ଗଞ୍ଜାମ,ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର,ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର,ଶିଳ୍ପ ବିଭାଗ ପ୍ରମୁଖ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି,କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ୱ ମିଳିଛି।

ଅପରପକ୍ଷେ ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର,କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କୁ କେନ୍ଦ୍ରାପଡ଼ା,ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା,ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ,ସମବାୟ ସଚିବ ସଞ୍ଜିବ କୁମାର ଚଢ଼ାଙ୍କୁ ମାଲକାନଗିରି,ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କୁ ମୟୂରଭଞ୍ଜ,ମହିଳା ଓ ଶିଶୁବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର,ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱରଙ୍କୁ ନୟାଗଡ଼,ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କୁ ନୂଆପଡ଼ା, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ପୁରୀ, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡ଼ା,ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ୱଲପୁର,ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର ଏବଂ ଓଏମସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱ ମିଳିଛି।

Get real time updates directly on you device, subscribe now.