fbpx

ନଡ଼ିଆ କଦଳୀକୁ ନେଇ ତୁମୁଳ କାଣ୍ଡ: ମଙ୍ଗଳା ମନ୍ଦିରର ଅଜବ ନିୟମ ପାଇଁ ସେବା କାର୍ଯ୍ୟ ବନ୍ଦ

କାକଟପୁର: କଦଳୀ ନଡିଆକୁ ନେଇ ମନ୍ଦିରର ସେବାୟତଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁମୁଳ କାଣ୍ଡ । ବାହାରୁ ଯାଉଥିବା କଦଳୀ ନଡିଆ ମନ୍ଦିର ଭିତରେ ପଶିବ ନାହିଁ ବୋଲି କହିଛି ପ୍ରଶାସନ । ଜଣେ ଗରିବ ଖଟିଖିଆ ଲୋକ ମଧ୍ୟ ମନ୍ଦିରକୁ ଗଲେ, ମନ୍ଦିର ଭିତରୁ ଉଚ୍ଚା ଦରରେ ନଡିଆ କଦଳୀ କିଣିବା ପାଇଁ ବାଧ୍ୟ ହେବେ । ବାରି-ବଗିଚାରୁ କିମ୍ବା ଘରୁ ଆଣିଥିବା ଆଣିଥିବା ଫଳ ଭୋଗ ଏହି ମନ୍ଦିର ଭିତରକୁ ଭର୍ତ୍ତି କରାଯିବନି । କିଛି ଏମିତି ନିୟମ କାନୁନ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଶକ୍ତି ପୀଠରେ ।

ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଶକ୍ତି ପୀଠରେ । ଦୀର୍ଘ ଦିନରୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଘିଅ, ଦୀପ, ଧୂପ ଏବଂ ମା’ଙ୍କ ପୂଜା ସାମଗ୍ରୀ ଓ ଶୁଖିଲା ଭୋଗ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟରୁ କିଣିବା ପାଇଁ ଭକ୍ତ ମାନଙ୍କୁ କୁହା ଯାଇଥିଲା । କିନ୍ତୁ ଏବେ ମନ୍ଦିର ପ୍ରଶାସନ ନଡ଼ିଆ କଦଳୀ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛି । ଏହା ହେଉଛି ଓଡିଶାର ପ୍ରଥମ ତୀର୍ଥ ପୀଠ ଯେଉଁଠି ଭକ୍ତ ନଡ଼ିଆ କଦଳୀ ନିଜ ବାଡ଼ି କିମ୍ବା ଅନ୍ୟ ଭୋଗ ଦୋକାନରୁ କିଣି ପାରିବେନି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ ହୋଇଥିଲେ ବି ସେଠାରେ ନଡ଼ିଆ, କଦଳୀ, ଫଳମୂଳ ଇତ୍ୟାଦି ବାହାରୁ ନେବା ପାଇଁ ବନ୍ଦ କରାଯାଇନାହିଁ । କିନ୍ତୁ ପ୍ରଥମ କରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି କାକଟପୁର ମଙ୍ଗଳା ମନ୍ଦିରରେ, ଯାହାକୁ ନେଇ ସେବାୟତ ଓ ଭକ୍ତ ଉଭୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ଘଟଣାକୁ ନେଇ ସେବାୟତ ଓ ଭକ୍ତ ଉଭୟ ମନ୍ଦିର ପ୍ରଶାସନକୁ ସିଧା ସଳଖ ଦାୟୀ କରିଛନ୍ତି । ଫଳରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ମନ୍ଦିର ବାହାରେ ନଡ଼ିଆ ବାଡେଇ ଭୋଗ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିରର ଏହି ନୂଆ ନିୟମକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

Get real time updates directly on you device, subscribe now.