fbpx

Video: ଏକ କୁଇଣ୍ଟାଲର ଶ୍ରୀ ଗଣେଶଙ୍କ ଲଡୁକୁ ୧ ଲକ୍ଷ ୩୩ ହଜାର ଟଙ୍କାରେ ନିଲାମ

ରାୟଗଡ଼ା: ଆସ୍ଥା ଆଗରେ ସର୍ବଦା ସବୁ କିଛି ହାର ମାନିଥିବାବେଳେ ରାୟଗଡ଼ା ସହରରେ ଚାଲିଥିବା ଗଣେଶ ପୂଜା ମଣ୍ଡପରେ ଏଭଳି କିଛି ହୋଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅର୍ଥ ମଧ୍ୟ ଆସ୍ଥା ପାଖରେ ତୁଚ୍ଛ ହୋଇଯାଇଛି । ଏଭଳି କିଛି ଘଟଣା ରାୟଗଡ଼ା ସହରରେ ଦେଖିବାକୁ ମିଳିଛି । ତେବେ ଏକ କୁଇଣ୍ଟାଲ ଲଡୁ ନିଲାମ ହୋଇଥିବା କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ।

ତେବେ ରାୟଗଡ଼ା ସହରର ବୁଦାରାୱାଲାସା ୟୁଥ ଗାଇସ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ୩୦ଫୁଟ ଗଜାନନ ମୂର୍ତ୍ତୀ ଙ୍କ ହାତରେ ୧୦୦ କିଲୋ ଲଡ଼ୁ ନିଲାମ ହୋଇଥିବା ଜଣା ପଡ଼ିଛି । ଏହି ଲଡ଼ୁ ନିଲାମ କାର୍ଯ୍ୟକ୍ରମରେ କୋଡ଼ିସି ଶଙ୍କର ରାଓ , ଗଣେଶ ସାଲାପୁ , ବସନ୍ତ କୁମାର , ରବି କୁମାର ଓ ଶିଙ୍ଗାରୁ ଶିବା ଭାଗ ନେଇଥିଲେ । ଶେଷରେ ଗଣେଶ ବାବୁ ୧ଲକ୍ଷ ୩୨ହଜାର ଟଙ୍କାରେ ରହିଥିବା ବେଳେ ସର୍ବାଧିକ କୋଡ଼ିସି ଶଙ୍କର ରାଓ ୧ଲକ୍ଷ ୩୩ହଜାର ଟଙ୍କାରେ ଲଡ଼ୁ ନିଲାମ ଡାକି ଏହି ଲଡୁ କୁ କିଣିଥିଲେ ।

କୋଡ଼ିସି ଶଙ୍କର ରାଓ ଶେଷ ଦୁଇ ବର୍ଷରେ ହୋଇଥିବା ଗଣେଶ ପୂଜା ଲଡ଼ୁ ନିଲାମରେ ଲଡ଼ୁ ସ୍ୱାଧୀନ କରିଥିଲେ । ଉକ୍ତ ଲଡୁକୁ ନେଇ ଘରେ ପୂଜା କରିବା ପରେ କମିଟି ସଦସ୍ୟ , ସାହି ବାସିନ୍ଦା ଓ ନିଜର ବନ୍ଧୁବାନ୍ଧବଙ୍କୁ ବଣ୍ଟନ କରନ୍ତି ବୋଲି କୋଡ଼ିସି ଶଙ୍କର ରାଓ ସୂଚନା ଦେଇଛନ୍ତି । ସେହିଭଳି ଉକ୍ତ ଲଡ଼ୁ ମହାପ୍ରସାଦ ନେବା ଦ୍ୱାରା ତାଙ୍କର ଉନ୍ନତି ହୋଇଥାଏ ବୋଲି କୋଡ଼ିସି ଶଙ୍କର ରାଓ କହିଛନ୍ତି । ଅନ୍ୟପଟେ ଏହା ଦ୍ୱାରା ମନକୁ ଶାନ୍ତି ମିଳିବା ସହ ସମ୍ପର୍କ ର ସଦଭାବନା ସୃଷ୍ଟି ହୋଇଥାଏ ବୋଲି ଶଙ୍କର ରାଓ କହିଛନ୍ତି ।

 

Get real time updates directly on you device, subscribe now.