fbpx

ଭାରତ ପାଇଁ ଗୌରବର କଥା: ଦିବ୍ୟା ଦେଶମୁଖ ୱାର୍ଲ୍ଡ ଜୁନିୟର ଚେସ୍ ଚାମ୍ପିୟନଶିପ୍ ୨୦୨୪ ଟାଇଟଲ୍ ଜିତିଲେ

ନୂଆଦିଲ୍ଲୀ: ଆଜିର ଦିନଟି ଭାରତ ପାଇଁ ଏକ ଗୌରବର କଥା । ଦିବ୍ୟା ଦେଶମୁଖ ବିଶ୍ୱ କନିଷ୍ଠ ବାଳିକା ଚେସ୍ ଚାମ୍ପିୟନଶିପ୍ ୨୦୨୪ ଟାଇଟଲ୍ ବିଜୟୀ ହୋଇଛନ୍ତି । ଗୁଜରାଟର ଗାନ୍ଧିନଗର ଠାରେ ଆୟୋଜିତ ହୋଇଥିବା ଏହି ବିଶ୍ୱସ୍ତରୀୟ ଇଭେଣ୍ଟରେ ବାଳିକା ବିଭାଗରେ ଦିବ୍ୟା ବୁଲଗାରିଆର ବେଲୋସ୍ଲାଭା କ୍ରାଷ୍ଟେଭାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ।

୨୭ଟି ଦେଶର ୧୦୧ ଜଣ ଖେଳାଳି ଏହି ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିଲେ । ଫିଡେ ରେଟିଙ୍ଗସ ଅନୁସାରେ ଦିବ୍ୟା ଓ କ୍ରାଷ୍ଟେଭା କନିଷ୍ଠ ବାଳିକା ବର୍ଗରେ ଟପ-୨୦ରେ ରହିଥିଲା । ତୃତୀୟ ରାଙ୍କ ଧାରୀ ଭାରତୀୟ ଖେଳାଳି ଦିବ୍ୟା ଫାଇନାଲରେ ଜିତି ଏକ ବଡ଼ ସଫଳତା ହାସଲ କରିଥିଲେ । ସାରା ଟୁର୍ଣ୍ଣାମେଣ୍ଟରେ ଦିବ୍ୟା ପ୍ରତ୍ୟେକ ମ୍ୟାଚରେ ଜିତିବା ସହ ଅପରାଜେୟ ରହିଥିଲେ ।

Get real time updates directly on you device, subscribe now.