fbpx

ଦୀପାବଳି ଲାଗି ଚୀନ୍ ପଠାଉଛି ରୋଗ ସୃଷ୍ଟି କରୁଥିବା ବାଣ ! ପିଆଇବି କ’ଣ ଉତ୍ତର ରଖିଲା ଜାଣନ୍ତୁ

ନୂଆଦିଲ୍ଲୀ: ଦୁର୍ଗାପୂଜା ପରେ ପରେ ଆସିଯିବ ବହୁ ପ୍ରତୀକ୍ଷିତ ଦୀପାବଳି ପର୍ବ । ଯଦିଓ ଦୀପାବଳିକୁ ଆହୁରି ୨୫ ଦିନରୁ ଅଧିକ ସମୟ ବାକି ଅଛି ତଥାପି ଏବେ ଠାରୁ ବିଭିନ୍ନ ସ୍ଥାନରୁ ବାଣର ଶବ୍ଦ କାନରେ ବାଜିବା ଆରମ୍ଭ କଲାଣି । ଏହି ଉତ୍ସାହ ସହିତ ବାଣକୁ ନେଇ ବିଭିନ୍ନ ଖବର ମଧ୍ୟ ଶୁଣିବାକୁ ମିଳିଲାଣି ଯାହା ପର୍ବର ରଙ୍ଗକୁ ଫିକା ପକାଇ ଦେଇପାରେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାମରେ ଏକ ବଡ ଖବର ବ୍ୟାପିବାରେ ଲାଗିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଏକ ମେସେଜ୍ ଭାଇରାଲ୍ ହେବାରେ ଲାଗିଛି । ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ନାମରେ ଭାଇରାଲ୍ ହେଉଥିବା ଏହି ମେସେଜ୍‌ରେ ଦାବୀ କରାଯାଇଛି କି, ଚୀନ୍ ଭାରତକୁ ଆଜମା ଓ ଚକ୍ଷୁରୋଗର କାରଣ ପାଲଟୁଥିବା ବିଶେଷ ପ୍ରକାରର ବାଣ ଓ ଆକର୍ଷଣୀୟ ଲାଇଟ୍ ପଠାଉଛି । ତେବେ ଚୀନ୍ ଏହା ପାକିସ୍ତାନର ଦାବୀରେ କରୁଛି । ପାକିସ୍ତାନ ସିଧା ଭାରତ ଉପରେ ପ୍ରତିଶୋଧ ନେଇ ପାରୁ ନ ଥିବାରୁ ଚୀନ୍‌ର ସହାୟତା ନେଇଛି । ଚୀନ୍ ଯେଉଁ ବାଣ ଭାରତ ପଠାଉଛି ତାହା କାର୍ବନ ମନୋକ୍ସସାଇଡ୍ ଗ୍ୟାସ ଠାରୁ ବି ଅଧିକ ବିଷାକ୍ତ ।

ଏହା ବ୍ୟତିତ ଚୀନ୍ ଏପରି ଡେକୋରେସନ୍ ଲାଇଟ୍ ପଠାଉଛି ଯାହା ଆଖି ରୋଗ ସୃଷ୍ଟି କରିବା ସହ ଆଖିକୁ ପୁରା ନଷ୍ଟ କରିଦେଇପାରେ ବୋଲି ଖବର ପ୍ରସାରଣ ହେଉଛି । ଏହିପରି କିଛି ମେସେଜ୍ ଏବେ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନାମରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କିନ୍ତୁ ପିଆଇବି ପକ୍ଷରୁୁ ଏହି ମେସେଜ୍‌ର ଯାଞ୍ଚ କରାଯାଇ ଏହା ଭିତ୍ତିହୀନ ବୋଲି ସ୍ପଷ୍ଟ କରାଯାଇଛି । ଏହା ଏକ ଫେକ ମେସେଜ୍ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି କୌଣସି ସୂଚନା ଜାରି କରାଯାଇନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.