fbpx
BSKY
BJD SHG SKY
BJD MC SKY

ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର : FY2024 ପାଇଁ ୪୦,୦୦୦ ଫ୍ରେଶର୍ ନିଯୁକ୍ତ କରିବ TCS

ନୂଆଦିଲ୍ଲୀ: ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଟିସିଏସରୁ ଆସିଛି ବଡ଼ ଖୁସି ଖବର । କମ୍ପାନୀର ସିଓଓ ଏନ୍ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, କମ୍ପାନୀ ଖୁବ ଶୀଘ୍ର FY2024 ପାଇଁ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଆରମ୍ଭ କରିବାକୁ ଯାଉଛି । ବର୍ତ୍ତମାନ ସମୟରେ ଆଇଟି କ୍ଷେତ୍ରର ଅଧିକାଂଶ କମ୍ପାନୀ ଏହି ପଦବୀ ସମ୍ପର୍କରେ ଏକ ହୋଲ୍ଡ ପୋଜିସନ୍ ଗ୍ରହଣ କରୁଛନ୍ତି । ସେପରି କ୍ଷେତ୍ରରେ ଟିସିଏସର ଏହି ପଦକ୍ଷେପକୁ ବଡ ବିବେଚନା କରାଯାଉଛି । ତେବେ କ୍ୟୁ୪ ଫଳାଫଳ ଆସିବା ପରେ କମ୍ପାନୀ ଏହା ବିଷୟରେ ସୂଚନା ଦେଇଥିଲା ।

ଇନଫୋସିସ୍ ର ଏପର୍ଯ୍ୟନ୍ତ କୌଣସି ପ୍ଲାନ୍ ନାହିଁ :-
ଯଦି ଆମେ ଇନଫୋସିସ୍ ବିଷୟରେ କଥା ହେବା, କମ୍ପାନୀର ସିଏଫ୍ ନିଲାଞ୍ଜନ୍ ରାୟ କହିଛନ୍ତି ଯେ ଆମେ ଗତ ବର୍ଷ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଯୋଡିଥିଲୁ । ତେଣୁ ଚଳିତ ବର୍ଷ ନିଯୁକ୍ତି ପାଇଁ କମ୍ପାନୀର କୌ ଣସି ଯୋଜନା ନାହିଁ । ଏଭଳି ପରିସ୍ଥିତିରେ ଟିସିଏସ୍ ର ଏହି ଡିମାଣ୍ଡ ବହୁତ ବଡ ବୋଲି ବିବେଚନା କରାଯାଉଛି ।

ବର୍ତ୍ତମାନ ଟିସିଏସରେ ୬,୧୪,୭୯୫ କର୍ମଚାରୀ ଅଛନ୍ତି :-
ମୋଟ କର୍ମଚାରୀଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ୬,୧୪,୭୯୫ ଲୋକ କମ୍ପାନୀରେ କାମ କରୁଛନ୍ତି । ଏହା ବ୍ୟତୀତ ସିଓଓ ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୬୦,୦୦ ଛାତ୍ରଛାତ୍ରୀ ଟ୍ରେନିଂ ପିରିୟଡ଼ରେ ଅଛନ୍ତି । ଏହାର ଅର୍ଥ ହେଉଛି ଆଗାମୀ ସମୟରେ ଅର୍ଥାତ୍ ଗୋଟିଏ ବର୍ଷରେ ସେମାନେ ମଧ୍ୟ କମ୍ପାନୀର ଅଂଶ ହେବେ ।

ଟିସିଏସ କରୁଛି ଚମତ୍କାର ପ୍ରଦର୍ଶନ :-
ଏହା ବ୍ୟତୀତ ଗତ ମାସରେ କମ୍ପାନୀ କହିଥିଲା ଯେ, ଗତ କିଛି ବର୍ଷ ଧରି ଆମେ ୦-୩ ବର୍ଷର ଅଭିଜ୍ଞତା ଥିବା ଲୋକଙ୍କୁ ନିଯୁକ୍ତି ଦେଉଛୁ । ତେଣୁ ଏଥର ଆମେ ଫ୍ରେସରଙ୍କୁ ନେବାକୁ ଯାଉଛୁ । କମ୍ପାନୀର ସେପ୍ଟେମ୍ବର କ୍ୟୁ ରେଜଲ୍ଟ ବିଷୟରେ କହିବାକୁ ଗଲେ, ନିଟ୍ ଲାଭ ୧୧,୩୪୨ କୋଟି ଟଙ୍କା ଥିଲା ।

Get real time updates directly on you device, subscribe now.