fbpx

ଶୀଘ୍ର ଶେଷ ହୋଇଯାଉଛି କି ମୋବାଇଲ ଡାଟା ? ପ୍ରଯୋଗ କରନ୍ତୁ ଏହି ୪ଟି ଉପାୟ

ଓଡିଶା ଭାଷ୍କର : ପୂର୍ବରୁ ଲୋକମାନେ ଫୋନ କ’ଣ ହିଁ ଜାଣି ନଥିଲେ । କିନ୍ତୁ ଆଜିର ଦିନରେ ବୃଦ୍ଧ ବ୍ୟକ୍ତି ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି । ସ୍ମାର୍ଟଫୋନ ସମସ୍ତଙ୍କ ଜୀବନର ଏକ ଅତୁଟ ଅଂଶ ହୋଇଗଲାଣି । ସେ ବଡ଼ କାମ ହେଉ କି ଛୋଟ କାମ ହେଉ ପ୍ରତ୍ୟେକ କାମରେ ଫୋନ ବ୍ୟବହାର କରାଯାଏ । କରୋନା ମହାମାରୀ ପର ଠାରୁ ସ୍ମାର୍ଟଫୋନର ବଢ଼ିବାରେ ଲାଗିଛି । ଆମେ ଅନଲାଇନ୍ ସପିଂ ଠାରୁ ଆରମ୍ଭ କରି ଅନଲାଇନ ପେମେଣ୍ଟ ପର୍ଯ୍ୟନ୍ତ ସବୁ କିଛି ନିଜ ସ୍ମାର୍ଟଫୋନ ସାହାଯ୍ୟରେ କରିଥାଉ । ଏଥିପାଇଁ ଆମକୁ ମୋବାଇଲ ଡାଟା ନିହାତି ଆବଶ୍ୟକ । ଯେଉଁମାନଙ୍କ ଘରେ ୱାଇ-ଫାଇ ଥାଏ, ସେମାନଙ୍କୁ ଡାଟା ଖର୍ଚ୍ଚ ହେବାର ଚିନ୍ତା ନଥାଏ । କିନ୍ତୁ ଯେଉଁମାନଙ୍କ ପାଖରେ କେବଳ ମୋବାଇଲ ଡାଟା ଥାଏ , ସେମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଯାଏ । ଅନେକ ଡାଟା ପ୍ଲାନରେ ପ୍ରତିଦିନ ୩ ଜିବି ପର୍ଯ୍ୟନ୍ତ ଡାଟା ମିଳିଥାଏ । କିନ୍ତୁ ଆମେ ଏହାକୁ ଏତେ ଅଧିକ ପରିମାଣରେ ବ୍ୟବହାର କରୁ ଯେ, ୩ ଜିବି ଡାଟା ମଧ୍ୟ କମ ପଡ଼ିଯାଏ । ତେବେ ଏହି ୪ଟି ଉପାୟ ପ୍ରଯୋଗ କରିବା ଦ୍ୱାରା ମୋବାଇଲ ଡାଟାକୁ ବଞ୍ଚାଇ ପାରିବେ ।

ଡାଟା ସେଭର ମୋଡ ଅନ ରଖନ୍ତୁ : ଡାଟା ସେଭର ମୋଡ ହେଉଛି ଆପଣଙ୍କର ଡାଟା ସେଭ୍ କରିବାର ଏକ ଭଲ ଉପାୟ । ଆପଣଯଦି ଫୋନରେ ଡାଟା କମ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହି ମୋଡକୁ ଅନ କରି ବିଭିନ୍ନ ଉପାୟରେ ଡାଟା ବ୍ୟବହାର କରିପାରିବେ ।

ଡାଟା ଲିମିଟ୍ ସେଟ କରନ୍ତୁ : ଡାଟା ଲିମିଟ ସେଟ କରିବା ହେଉଛି ସବୁଠାରୁ ସହଜ ଏବଂ ସରଳ ଉପାୟ । ଏଥିପାଇଁ ଆପଣଙ୍କୁ କେବଳ ନିଜ ଫୋନର ସେଟିଙ୍ଗକୁ ଯାଇ ଡାଟା ଲିମିଟ ଉପରେ କ୍ଲିକ କରିବାକୁ ପଡିବ । ସେଠାରେ ଆପଣ ନିଜ ଆବଶ୍ୟକତା ଅନୁସାରେ ଡାଟା ଲିମିଟ ସେଟ କରିପାରିବେ । ଯଦି ଆପଣଙ୍କର ୧ GB ଡାଟା ଅଛି, ତେବେ ଆପଣ ୧ GB ଡାଟା ଲିମିଟ ସେଟ କରିପାରିବେ ।

ଆପ ଅପଡେଟକୁ ବନ୍ଦ କରନ୍ତୁ : ମୋବାଇଲ ଡାଟାରେ ଆପ୍ସଗୁଡିକ ଅପଡେଟ ହୋଇଯିବା ଏକ ବଡ ସମସ୍ୟା ଅଟେ । ଏହି କାରଣରୁ ଆପଣଙ୍କ ଡାଟା ଶୀଘ୍ର ଶେଷ ହୋଇଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ନିଜ ଫୋନର ସେଟିଂକୁ ଯାଇ ଅଟୋ ଅପଡେଟ ଆପ୍ସ ଓଭର ୱାଇ ଫାଇକୁ ସିଲେକ୍ଟ କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଫୋନର ଆପ୍ସ କେବଳ ୱାଇ-ଫାଇରେ ହିଁ ଅପଡେଟ ହେବ । ଡାଟାର କୌଣସି ବ୍ୟବହାର ହେବ ନାହିଁ ।

ଏହି ଆପ୍ସଗୁଡ଼ିକ ବନ୍ଦ କରନ୍ତୁ : ମୋବାଇଲ ଡାଟା ବ୍ୟବହାରକୁ କମ କରିବା ପାଇଁ ଅଧିକ ଡାଟା ବ୍ୟବହାର କରୁଥିବା ଆପ୍ସର ବ୍ୟବହାରକୁ କମ କରନ୍ତୁ । ଯେପରିକି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଦେଖିବା ଦ୍ୱାରା ଅନେକ ଡାଟା ଖର୍ଚ୍ଚ ହୋଇଥାଏ । ଏହା ବ୍ୟତୀତ ଯେଉଁ ଆପ୍ସରେ ଅଧିକ ଆଡ ଆସିଥାଏ ତାହାକୁ ବ୍ୟବହାର କରିବା ବନ୍ଦ କରନ୍ତୁ । ଏହା ଦ୍ୱାରା ଅଧିକ ପରିମାଣରେ ଡାଟା ଖର୍ଚ୍ଚ ହୋଇଯାଏ ।

Get real time updates directly on you device, subscribe now.