fbpx

ଦୀପାବଳୀରେ ଏହି ମୁହୂର୍ତ୍ତରେ କରନ୍ତୁ ଲକ୍ଷ୍ମୀ-ଗଣେଷଙ୍କ ପୂଜା, ରଖନ୍ତୁ ଏହି ବାସ୍ତୁ ପ୍ରତି ଧ୍ୟାନ; ଘରେ ସୁଖ ଓ ସମୃଦ୍ଧିର ହେବ ଆଗମନ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯାଇଥାଏ । ଏହିଦିନ ବୁଦ୍ଧିଦାତା, ବିଘ୍ନହର୍ତ୍ତା ଶ୍ରୀ ଗଣେଷ ଓ ଧନ-ଐଶ୍ୱର୍ଯ୍ୟର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରିବାକୁ ଖୁବ୍ ଖାସ୍ ବୋଲି ମନାଯାଇଥାଏ । ଆପଣ ଏହିଦିନରେ ନିଜର ଘର, ଗାଡ଼ି ତଥା ବ୍ୟବସାୟିକ ଅନୁଷ୍ଠାନ ମାନଙ୍କରେ ଶ୍ରୀ ଗଣେଷ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ପୂର୍ଣ୍ଣ୍ୟ ଲାଭ ହୋଇଥାଏ । ତେଣୁ ଏଥିପାଇଁ ଆପଣ ଉପଯୁକ୍ତ ମୁହୂର୍ତ୍ତ ଓ ସାମଗ୍ରୀ ତଥା ବିଧିବିଧାନ ଅନୁସାରେ ପୂଜା କରିବା ଦରକାର । ତେବେ ଯାଇ ଘରକୁ ସୁଖ ସମୃଦ୍ଧିର ଆଗମନ ହେବ । ପୂଜାରେ ବାସ୍ତୁର କିଛି ନିୟମକୁ ଧ୍ୟାନରେ ରଖିଲେ ଅନେକ ଲାଭ ହୋଇଥାଏ ।

ଦୀପାବଳୀ ପୂଜାକୁ ସର୍ବଦା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ କରିବାକୁ ଶୁଭ ବୋଲି ଧରାଯାଇଥାଏ । କାରଣ ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ଧନର ଦିନ ବୋଲି କୁହାଯାଏ । ପୂଜା କରିବା ସମୟରେ ପୂଜକଙ୍କ ମୁହଁ ଉତ୍ତର ପଟରୁ ରହିବା ଆବଶ୍ୟକ । ତେବେ ପୂଜା କରିବା ବେଳେ ଧ୍ୟାନରେ ରଖିବେ ଯେ, ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ମାଟି କିମ୍ବା ଫଟୋ ଚିତ୍ର ହୋଇଥିବ । ଆପଣ ଚାନ୍ଦିର ମୂର୍ତ୍ତିକୁ ପୂଜା କରି ତାକୁ ପୂନଃ କାମରେ ଲଗାଇ ପାରିବେ । ମାତା ଲକ୍ଷ୍ମୀରଙ୍କର ଏପରି ଫଟୋ ଆଣିବେ ଯେଉଁଥିରେ ଗୋଟେ ପଟେ ଶ୍ରୀ ଗଣେଷ ଓ ଅନ୍ୟ ପଟେ ମାତା ସରସ୍ୱତୀ ବିରାଜମାନ ହୋଇଥିବେ । ଏହା ବହୁତ୍ ଶୁଭ ହୋଇଥାଏ ।

ଲକ୍ଷ୍ମୀ ପୂଜା ଶୁଭ ମୁହୂର୍ତ୍ତ- ସନ୍ଧ୍ୟା ୬.୧୦ ରୁ ରାତି ୮.୦୬ ପର୍ଯ୍ୟନ୍ତ
ଲକ୍ଷ୍ମୀ ପୂଜା ପ୍ରଦୋଷ କାଳ ମୁହୂର୍ତ୍ତ- ସନ୍ଧ୍ୟା ୫.୩୫ରୁ ରାତି ୮.୧୦ ପର୍ଯ୍ୟନ୍ତ
ଲକ୍ଷ୍ମୀ ପୂଜା ନିଶିତା କାଳ ମୁହୂର୍ତ୍ତ- ରାତି ୧୧.୩୮ରୁ ମଧ୍ୟରାତ୍ର ୧୨. ୩୦ ପର୍ଯ୍ୟନ୍ତ
ଅମାବାସ୍ୟା ତିଥି ପ୍ରାରମ୍ଭ- ନଭେମ୍ବର ୪, ୨୦୨୧, ସକାଳ ୦୬.୦୩
ଅମାବାସ୍ୟା ତିଥି ସମାପ୍ତ- ନଭେମ୍ବର ୫, ୨୦୨୧ , ସକାଳ ୦୨.୪୪

Get real time updates directly on you device, subscribe now.