fbpx

ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଲେ ଡିକେ. ଶିବକୁମାର, କହିଲେ- ‘ଇସ୍ତଫା ଦେବି ନାହିଁ, କଂଗ୍ରେସ ମୋ ମା’

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ କଂଗ୍ରେସ ବଡ଼ ଚିନ୍ତାରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ବରିଷ୍ଠ ନେତା କର୍ଣ୍ଣାଟକର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଦଳର ସଭାପତି ଡିକେ. ଶିବକୁମାରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ହେଉଛି । ଏହାରି ମଧ୍ୟରେ ଗତକାଲି ସିଦ୍ଧାରମୈୟା ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଥିବା ବେଳେ ଆଜି ଡିକେ. ଶିବକୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି । ଏହାପରେ ସନ୍ଧ୍ୟା ୬ଟା ସମୟରେ ସିଦଯଧାରମୈୟା ମଧ୍ୟ ଖଡଗେଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହାରି ମଧ୍ୟରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ଜବାବ ଦେଇଛନ୍ତି । ଦିଲ୍ଲୀ ଗସ୍ତରେ ଥିାବ ଶିବକୁମାର ଭାଇ ଡିକେ. ସୁରେଶଙ୍କ ବାସଭବନରୁ ବାହାରିବା ସମୟରେ କହିଥିଲେ ଯେ, ‘ମୁଁ ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ଖଡଗଙ୍କେ ସହିତ ସାକ୍ଷାତ କରିବି । କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି ଯେ, ମୁଁ ଇସ୍ତଫା ଦେଉଛି । ଏହା ସବୁ ବକବାସ ଅଟେ । କଂଗ୍ରେସ ହେଉଛି ମୋର ମା’ । ଆମର ସମସ୍ତ ବିଧାୟକ ଏକାଠି ଅଛନ୍ତି।’

ଏହା ସହିତ ସେ କହିଛନ୍ତି, “ଯଦି କୌଣସି ଚ୍ୟାନେଲ ରିପୋର୍ଟ କରୁଛି ଯେ ମୁଁ ଏହି ପଦରୁ ଇସ୍ତଫା ଦେଉଛି, ତେବେ ମୁଁ ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି … । କଂଗ୍ରେସ ହେଉଛି ମୋର ମା, ମା।” ମୁଁ ଏହି ପାର୍ଟୀ ନିର୍ମାଣ କରିଛି। ମୋର ହାଇ କମାଣ୍ଡ, ମୋର ୧୩୫ ବିଧାୟକ, ମୋ ପାର୍ଟୀ ମୋ ସହ ଅଛନ୍ତି। ”

Get real time updates directly on you device, subscribe now.