ସାବିତ୍ରୀ ଓଷା ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ କରିଥାନ୍ତି। ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।
ଚଳିତ ବର୍ଷ ଏହି ଦିନଟି ମଇ ମାସ ୧୯ ତାରିଖ ଶୁକ୍ରବାର ଅର୍ଥାତ ଆଜି ଦିନ ପାଳିତ ହେଉଛି । ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଦେବୀ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନ ଙ୍କ ଜୀବନ କୁ ଯମରାଜା ଙ୍କ ନିକଟରୁ ଛଡାଇ ଆଣିଥିଲେ । ତେଣୁ ଏହିଦିନ ପ୍ରାୟ ସମସ୍ତ ହିନ୍ଦୁ ନାରୀ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓ ମଙ୍ଗଳ ମନାସୀ ବ୍ରତ ପାଳନ କରି ଥାଆନ୍ତି । ଜ୍ୟେଷ୍ଠ ଅମାବାସ୍ୟା ମଇ ୧୮ ତାରିଖ ସନ୍ଧ୍ୟା ୭ଟା ୩୭ ମିନିଟ ରେ ଆରମ୍ଭ ହୋଇ ୧୯ ମଇ ସନ୍ଧ୍ୟା ୬ଟା ୧୭ ମିନିଟ ରେ ସମାପ୍ତ ହେଉଛି l କିନ୍ତୁ ସମସ୍ତ ହିନ୍ଦୁ ନାରୀ ଏହି ବ୍ରତ ୧୯ ତାରିଖ ଦିନ ପାଳନ କରିବେ । ସାବିତ୍ରୀ ବ୍ରତର ଶୁଭ ମୁହୂର୍ତ୍ତ ମେ ୧୯ ସକାଳ ୭.୧୯ ରୁ ସକାଳ ୧୦.୪୨ ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷ ସାବିତ୍ରୀ ବ୍ରତ ରେ ଶଶ ଯୋଗ, ଗଜେ କେଶରୀ ଯୋଗ ଓ ଶୋଭନ ଯୋଗ ର ସଂଯୋଗ ଘଟୁଛି । ଏହିଦିନ ଶନି ଜୟନ୍ତୀ ମଧ୍ୟ ଅଟେ । ଶାସ୍ତ୍ର ବିତ ମାନଙ୍କ ମତରେ ଆଜିର ଦିନଟି ୩୦ ବର୍ଷ ପରେ ଶୁଭ ସଂଯୋଗ ଘଟୁଥିବା କାରଣରୁ ଖୁବ ଶୁଭ ପ୍ରଦ ଅଟେ l।
-ଆଜିର ଦିନଟି ସାବିତ୍ରୀ ଅମାବାସ୍ୟା ସହିତ ଶନି ଦେବଙ୍କ ଜୟନ୍ତୀ ହୋଇଥିବା କାରଣରୁ ବରଗଛ ଗଛକୁ ପୂଜା କରିବା ଖୁବ ଶୁଭ ହୋଇଥାଏ । ତେଣୁ ଯଦି କୌଣସି ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆଜିର ଦିନରେ ଏହି ୨ଟି ବୃକ୍ଷ ର ମୂଳରେ ଦୁଗ୍ଧ ଓ ରାଶି ଅର୍ପଣ କରନ୍ତୁ , ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଆର୍ଥିକ ଅସୁବିଧା ଦୂର ହେବ ।
-ଆଜିର ଦିନରେ ସାବିତ୍ରୀ ଅମାବାସ୍ୟା ହୋଇଥିବା କାରଣରୁ ନାରୀ ମାନେ ବରଗଛ କୁ ୧୦୮ ଥର ପରିକ୍ରମା କରନ୍ତୁ ଏହାଛଡା ବରଗଛ ରେ ନାଲି ଓ ହଳଦିଆ ସୁତା ଗୁଡାଇବା ଦ୍ୱାରା ସ୍ୱାମୀ ମାନଙ୍କ ଜୀବନ ସୁଖମୟ ହୋଇଥାଏ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
-ଜ୍ୟେଷ୍ଠ ଅମାବାସ୍ୟା ଦିନ କୌଣସି ବ୍ୟକ୍ତିକୁ ଅନ୍ନ ଦାନ କରିବା ଖୁବ ଶୁଭ ହୋଇଥାଏ । ଆଜିର ଦିନରେ ଆପଣ ଯଦି ବରଗଛ କୁ କୌଣସି ମିଠା ଜିନିଷ ଅର୍ପଣ କରିବେ ତେବେ ଦୀର୍ଘାୟୁ ହେବ ସହିତ ଧନସମୃଧି ର ଯୋଗ ରହିଛି ।
– ସାବିତ୍ରୀ ଅମାବାସ୍ୟା ଦିନ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଖୁବ ଶୁଭ ଅଟେ । ଏପରି କରିବା ଦ୍ୱାରା ଶନି ଦୋଷ ରୁ ମଧ୍ୟ ମୁକ୍ତି ମିଳିଥାଏ ଓ ଜୀବନ ରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
– ଯେଉଁ ମହିଳା ମାନେ ଚଳିତ ବର୍ଷ ପ୍ରଥମ କିମ୍ବା ନୂଆ କରି ସାବିତ୍ରୀ ଅମାବାସ୍ୟା ପାଳନ କରୁଛନ୍ତି , ସେମାନଙ୍କ ପାଇଁ ଆଜିର ଦିନଟି ଖୁବ ଶୁଭ ଅଟେ । ସେମାନେ ଆଜିର ଦିନରେ ଘରର ସୁଖ ସମୃଦ୍ଧି ପାଇଁ ଦୁର୍ଗା ଙ୍କୁ ଦର୍ଶନ କରିବା ଖୁବ ଶୁଭ ଅଟେ ।
-କୁହାଯାଏ ଯେ ଯଦି କୌଣସି ସଧବା ନାରୀ ଆଜିର ଦିନରେ ଘରେ ହୋମ କରାଇଥାଏ ତେବେ ତାର ଜୀବନ ରୁ ଦୁଃଖଦୁର୍ଦଶା ଦୂର ହୋଇଥାଏ ଓ ସନ୍ତାନ ମାନଙ୍କର ଜୀବନ ସୁଖମୟ ହୋଇଥାଏ । ଆଜିର ଦିନରେ ଜଳ ଦାନ କରିବା ମଧ୍ୟ ଖୁବ ଶୁଭ ଅଟେ ।
ହେଲେ ତିନୋଟି ଜିନିଷ ଭୁଲରେବି ଚଢ଼ାଇବା ଉଚିତ ନୁହେଁ। ଏହିଦିନ ଷୋହଳ ଶ୍ରୃଙ୍ଗାର କରିବା ଜରୁରୀ।
ଏହିଦିନ ଧଳା କିମ୍ବା କଳା ବସ୍ତ୍ର ଧାରଣ ନକରି ନାଲି ବସ୍ତ୍ର ଧାରଣ କରନ୍ତୁ ଏବଂ ଏହିଦିନ ଯେତେ ଅଧିକ ସମ୍ଭବ ଶୃଙ୍ଗାର ଜିନିଷ ଦାନ କରନ୍ତୁ। ଯାହାଦ୍ୱାରା ସ୍ୱାମୀଙ୍କ ଉପରେ ଥିବା ବିପଦ ସବୁଦିନ ପାଇଁ ଟଳିଯିବ। ଏହିଦିନ ବିବାହିତା ମହିଳା ଲୁଣର ସେବନ, ମୁହଁରୁ ଅପଶବ୍ଦ ବାହାର କରିବା କିମ୍ବା ସ୍ୱାମୀଙ୍କ ସହିତ ସହବାସ ଭଳି କାମ ଠାରୁ ଦୂରେଇ ରହିବା ଉଚିତ୍। ନଚେତ୍ ରାଗିଯିବ।
ଏହିଦିନ ବିବାହିତା ମହିଳା ସକାଳୁ ଶୀଘ୍ର ଉଠିଲେ ଦେବୀ ସାବିତ୍ରୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଏହି ସାବିତ୍ରୀ ବ୍ରତ ଦିନ ବିବାହିତା ମହିଳା ଯେତେ ସମ୍ଭବ ସେତେ ସିନ୍ଦୁର ନାଇଁବା ଉଚିତ୍ ଯାହାଦ୍ୱାରା ସ୍ୱାମୀଙ୍କ ଆୟୁଷ ଦୀର୍ଘ ହୋଇଥାଏ ଏବଂ ମାତା ସାବିତ୍ରୀଙ୍କ ଠାରୁ ଅଖଣ୍ଡ ସୌଭଗ୍ୟବତୀର ବରଦାନ ମିଳିଥାଏ। ସାବିତ୍ରୀ ବ୍ରତ ଦିନ ନାଲି ଫୁଲ ଅର୍ପିତ କରିବା ଉଚିତ୍ କାରଣ ଏହା ସୁଖ ସମୃଦ୍ଧି ଏବଂ ପ୍ରେମର ପ୍ରତୀକ ହୋଇଥାଏ।
ସାବିତ୍ରୀ ଦିନ ମିଠା ଖାଦ୍ୟ ମଧ୍ୟ ବନାଇବା ଉଚିତ୍ ଏବଂ ତାହାକୁ ଭୋଗ ଲଗାଇବା ଉଚିତ୍। ଏହିଦିନ ମହିଳା ନିଜର କେଶ କାଟିବା ଦ୍ୱାରା ଘୋର ପାପ ହୋଇଥାଏ। ତେଣୁ ଏହି ଭୁଲ ଆଦୌ କରନ୍ତୁ ନାହିଁ ନଚେତ ଜୀବନ ବର୍ବାଦ ହୋଇପାରେ। ବର ସାବିତ୍ରୀ ପୂଜାରେ ଅର୍ପିତ କୌଣସିବି ଜିନିଷ ଖଣ୍ଡିତ ହେବା ଆଦୌ ଉଚିତ୍ ନୁହେଁ।
ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ମଧ୍ୟ ବ୍ରତ ରଖିବା ଉଚିତ୍ ନୁହେଁ। କାରଣ ଏହି ସମୟରେ ବ୍ରତ ରଖିଲେ ଗର୍ଭବତୀ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଗର୍ଭବତୀ ମହିଳା ଚାହିଁଲେ ବ୍ରତ ରଖି ପାରିବେ। ଏହା ବ୍ୟତୀତ ମାସିକ ଧର୍ମ ହୋଇଥିବା ମହିଳାମାନେ ମଧ୍ୟ ଏହି ବ୍ରତ ରଖିବା ଉଚିତ୍ ନୁହେଁ ।
ତେବେ ସାବିତ୍ରୀ ପୂଜାରେ ୯ ବା ୧୧ ପ୍ରକାରରେ ଫଳମୂଳ ପୂଜାରେ ଲାଗିଥାଏ । ଆମ୍ବ, ପଣସ, କଦଳୀ, ନଡିଆ, ସପୁରୀ, ସେଓ, ଖଜୁରି ଆଦି ଫଳ ସାବିତ୍ରୀରେ ପୂଜା କରାଯାଏ । ଏହା ସହ ମହିଳା ମାନେ ନୂଆ ଶାଢୀ, ସଙ୍ଖା, ସିନ୍ଦୁର, ଫଳମୂଳ ଆଦି ନେଇ ମନ୍ଦିର ବା ଘରେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି ।