fbpx

ହ୍ୱାଟ୍ସଆପରେ କରନ୍ତୁ ନାହିଁ ଏହି କାମ, ନଚେତ୍ ବ୍ଲକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ଆଜିକାଲିର ଲୋକମାନଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି । ଲୋକଙ୍କୁ ଠକାମୀରୁ ରକ୍ଷା କରିବା ପାଇଁ ହ୍ୱାଟ୍ସଆପ୍ ଅନେକ ଆକାଉଣ୍ଟକୁ ବ୍ଲକ ବା ଡିଲେଟ କରିବା ଜାରି ରଖିଛି । ଯଦି ଆପଣ ବି ଏହାର ନିୟମ ଭାଙ୍ଗନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ ହୋଇଯିବ ।

ନିକଟରେ ହ୍ୱାଟ୍ସଆପ୍ ବ୍ୟାନ୍ ଆକାଉଣ୍ଟକୁ ନେଇ ଘୋଷଣା କରିଥିଲା । ହ୍ୱାଟ୍ସଆପ ଅନୁସାରେ, ଅଗଷ୍ଟ ମାସରେ ୨୦,୭୦,୦୦୦ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇଥିଲା । ଏହା ପୂର୍ବରୁ ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ୩୦,୨୭,୦୦୦ ୟୁର୍ଜସଙ୍କୁ ହ୍ୱାଟ୍ସଆପ୍ ବ୍ୟାନ୍ କରିଥିଲା । ହ୍ୱାଟ୍ସଆପରେ ବ୍ୟାନରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ । କମ୍ପାନୀର ପଲିସି ଭାଙ୍ଗିଲେ ହ୍ୱାଟ୍ସଆପ୍ କଡ଼ା ଆକ୍ସନ ନେଉଛି । ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ନେଉଛି କମ୍ପାନୀ ।

ତେବେ ଅନେକ ଥାର୍ଡ ପାର୍ଟି ଆପ୍ ଯେପରିକି, GB WhatsApp, WhatsApp Plus, WhatsApp Mod ଓ ଅନେକ ପପୁଲାର ଚାଟ୍ ଆପ୍ ଅନଲାଇନରେ ଉପଲବ୍ଧ ରହିଛି । ଏଥିରେ ଅନଲାଇନ୍ ଷ୍ଟାଟସ୍ ହାଇଡ୍ କରିବା, ଅନ୍ୟର ଅଜାଣତରେ ମେସେଜ୍ ସିନ୍ କରିବା ଓ ଅନେକ କିଛି ଫିଚର ଦିଆଯାଉଛି । ଏପରି ଆପକୁ ବ୍ୟବହାର କରୁଥିଲେ ଆପଣଙ୍କ ଆକାଉଣ୍ଟ କେବେ ବି ବନ୍ଦ ହୋଇପାରେ ।

Get real time updates directly on you device, subscribe now.