fbpx

ସଙ୍କଟ ସମୟରେ ବରବାଦି, ୯ ଦିନରେ ଜାଳି ଦିଆଗଲା ଅତିରିକ୍ତ ୩୦ କୋଟି କୋଇଲା

ନୂଆଦିଲ୍ଲୀ : ସମଗ୍ର ଦେଶରେ କୋଇଲା ସଙ୍କଟ କାରଣରୁ ବିଜୁଳି ଉତ୍ପାଦନ ପ୍ରଭାବିତ ହେବାରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ପାୱାର ପ୍ଲାଣ୍ଟ ବନ୍ଦ ହେବାର ଦ୍ୱାର ଦେଶରେ ପହଞ୍ଚି ଯାଇଛନ୍ତି । ଦେଶର ଅନେକ ସହରରେ ବିଜୁଳି କାଟ ଆରମ୍ଭ ହୋଇ ଯାଇଛି । ଏମିତି ଏକ ଘଡିସନ୍ଧି ସମୟରେ ମଧ୍ୟ ମଧ୍ୟ ପ୍ରଦେଶରେ ଥର୍ମାଲ ପାୱାର ଷ୍ଟେସନରେ ବିଜୁଳି ଉତ୍ପାଦନ ପାଇଁ ନିର୍ଦ୍ଧାରିତ ମାତ୍ରାଠୁ ଅଧିକ କୋଇଲା ବ୍ୟବହାର କରାଯାଉଛି । ଏହାକୁ ନେଇ ଗଣମାଧ୍ୟମରେ ଏକ ଚକିତକର ଖୁଲାସା ହୋଇଛି । ବିଶେଷଜ୍ଞ ଦାବି କରିଛନ୍ତି ଯେ, ଏକ ୟୁନିଟ୍ ବିଜୁଳି ଉତ୍ପାଦନ ପାଇଁ ୬୨୦ ଗ୍ରାମ କୋଇଲା ପର୍ଯ୍ୟାପ୍ତ ଅଟେ । ହେଲେ ଏହି ସମୟରେ ଏକ ୟୁନିଟ୍ ବିଜୁଳି ଉତ୍ପାଦନ ପାଇଁ ୭୬୮ ଗ୍ରାମ କୋଇଲା ବ୍ୟବହାର କରାଯାଉଛି ।

ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଅକ୍ଟୋବର ୧ ରୁ ୯ ମଧ୍ୟରେ ଥର୍ମାଲ ପାୱାର ଷ୍ଟେସନଗୁଡିକରେ ୮୮୦୦୦ ମେଟ୍ରିକ ଟନ ଅତିରିକ୍ତ କୋଇଲା ବ୍ୟବହାର କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଏହି ନଅ ଦିନରେ ସତପୁଡା, ଶ୍ରୀ ସିଙ୍ଗାଜିମ ସଞ୍ଜୟ ଗାନ୍ଧୀ ଓ ଅମରକଣ୍ଟକ ଥର୍ମାଲ ପାୱାର ଷ୍ଟେସନରେ ମୋଟ୍ ୪ ଲକ୍ଷ ମେଟ୍ରିକ ଟନ କୋଇଲା ବ୍ୟବହାର କରାଯାଇଛି। ଏଥିରୁ ୫୨୨୯ ଲକ୍ଷ ୟୁନିଟ୍ ଶକ୍ତି ଉତ୍ପାଦନ ହୋଇଛି । ପ୍ରଶ୍ନ ଉଠୁଛି ଯେ, ଏହି ସମୟରେ ଏକ ୟୁନିଟ୍ ବିଜୁଳି ଉତ୍ପାଦନ ପାଇଁ ୭୬୮ ଗ୍ରାମ କୋଇଲା ବ୍ୟବହାର କରାଯାଇଛି ।

ଯଦି ଶ୍ରୀ ସିଙ୍ଗାଜି ଥର୍ମାଲ ପାୱାର ଷ୍ଟେସନର କଥା ଉଠେ ତେବେ ଏଠାରେ ଏହି ନଅ ଦିନରେ ଏକ ୟୁନିଟ୍ ବିଜୁଳି ଉତ୍ପାଦନ ପାଇଁ ସବୁଠୁ ଅଧିକ ୮୧୭ ଗ୍ରାମ କୋଇଲା ବ୍ୟବହାର କରାଯାଇଛି । ମାତ୍ର ସିଙ୍ଗାଜି ପ୍ଲାଣ୍ଟର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଏହା ପଛରେ କୋଇଲା କମ ଗୁଣବତ୍ତା ସହିତ ଅନେକ କାରଣ ଦର୍ଶାଇଛନ୍ତି । ଅନ୍ୟପଟେ ଏମପି ଜେନକୋର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଏହି ନଅ ଦିନରେ ଯେଉଁ ସ୍ଥିତି ରହିଛି ସେଥିରେ ଗୁଣବତ୍ତା ଯାଞ୍ଚ କରିବା ବହୁତ ମୁସ୍କିଲ କାମ । ଏମିତିରେ ଯାହା ମିଳୁଛି, ସେଥିରେ କାମ ଚଳାଇବାକୁ ପଡୁଛି ବୋଲି ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.