fbpx

କମୁଛି ବିଜୁଳି ଉତ୍ପାଦନ, ୮ରୁ ୯ ଘଣ୍ଟା ପାୱାର୍ କଟ୍ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ!

ଧନବାଦ୍: ପାୱାର ପ୍ଲାଣ୍ଟରେ କୋଇଲାର ଅଭାବ କାରଣରୁ ବିଜୁଳି ଉତ୍ପାଦନ ଉପରେ ବଡ଼ ପ୍ରଭାବ ପଡ଼ିବାରେ ଲାଗିଛି । ନ୍ୟାସନାଲ୍ ଗ୍ରୀଡ୍ ଓ ଦାମୋଦର୍ ଘାଟି ନିଗମ(ଡିଭିସି)ରେ ବିଜୁଳି ଉତ୍ପାଦନ କମ୍ ହେଉଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଜୁଳି ଯୋଗାଣ କମ୍ ହେଉଥିବାରୁ ମୋଟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାୱାର କଟ୍ କରାଯାଉଛି । ଏହାଦ୍ୱାରା ସାଧାରଣ ଜନତାଙ୍କ ଦୈନିକ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହେଉଛି । ଲୋଡ ଶେଡିଂ କରାଯାଉଥିବାରୁ ସୋମବାର ଦିନ ମଧ୍ୟ ଲୋକଙ୍କ ପାୱାର୍ କଟ୍ ର ସାମନା କରିବାକୁ ପଡ଼ୁଛି ।

ମିଡିଆ ରିପୋର୍ଟ ଅନୁସାରେ, ନ୍ୟାସନାଲ୍ ଗ୍ରିଡ୍ ରୁ ଧନବାଦ୍ ୫୫ ମେଗାୱାଟ୍ ବିଜୁଳି ସପ୍ଲାଏ କରାଯାଇଥାଏ । ରବିବାର ଦିନ ୫୫ ମେଗାୱାଟ୍ ଜାଗାରେ ୪୯ ମେଗାୱାଯ୍ ବିଜୁଳି ଯୋଗାଗଲା । ସେହିପରି ଡିଭିସିରୁ ପ୍ରତିଦିନ ୨୩୦ ମେଗାୱାଟ୍ ବିଜୁଳି ସପ୍ଲାଏ କରାଯାଏ । ହେଲେ ରବିବାର ଦିନ ସହରକୁ ୧୭୦ ମେଗାୱାଟ୍ ଇଲେକ୍ଟ୍ରିସିଟି ଯୋଗାଗଲା । ଏହାର କାରଣ ହେଉଛି ବିଜୁଳି ବିଭାଗକୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଲୋଡ ଶେଡିଂ କରିବାକୁ ପଡ଼ିଲା । ଧନବାଦ୍ ର ଅନେକ ସହରରେ ପାୱାର କଟ୍ ର ସାମନା କରିବାକୁ ପଡ଼ିଲା ।

Get real time updates directly on you device, subscribe now.