fbpx

ପିତୃପକ୍ଷରେ ଦାନ ଧର୍ମ କରୁଥିଲେ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ

ଆଜିଠାରୁ ଅର୍ଥାତ୍ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହି ପକ୍ଷ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ, ପିତୃ ପକ୍ଷରେ ଦାନ ଧର୍ମ କରିବା ଅତ୍ୟନ୍ତ ଶୁଭକାରୀ । ଏପରି କରିବା ଦ୍ୱାରା ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମିଳିଥାଏ । ମହା ପୁଣ୍ୟ ମଧ୍ୟ ଅର୍ଜନ କରେ ମଣିଷ । ତେଣୁ ଏହି ୧୫ ଦିନ ଲୋକମାନେ ନିଜ ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରିଥାନ୍ତି ତଥା ଅନେକ ଦାନ ଦେଇଥାନ୍ତି । ଯଦି ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିବାକୁ ଚାହୁଁଛନ୍ତି, ତେବେ ଏମିତି କିଛି ଜିନିଷ ଅଛି, ଯାହାକୁ ଦାନ ଦେଲେ ପୁଣ୍ୟ ବଦଳରେ ପାପ ମୁଣ୍ଡେଇ ପାରନ୍ତି । ତେଣୁ ଏସମ୍ବନ୍ଧରେ ଜାଣିରଖିବା ଦରକାର ।

ପିତୃପକ୍ଷରେ ଲୁହାରେ ତିଆରି ବାସନ କେବେ ମଧ୍ୟ ଦାନ ଦିଅନ୍ତୁ ନାହିଁ । ହେଲେ ପିତଳ, ସୁନା, ତମ୍ବା, ରୁପା ଜିନିଷ ବା ବାସନ କୁସନ ଦାନ ଦେଇପାରନ୍ତି ।

ଏହି ପବିତ୍ର ପକ୍ଷରେ ଚମଡା ନିର୍ମିତ ସାମଗ୍ରୀର ବ୍ୟବହାର ବର୍ଜନୀୟ । ଏହି ସମୟରେ ଚମଡାର ବ୍ୟବହାର କୁପରିଣାମ ଦେଇପାରେ ବା ଅଶୁଭ ହୋଇପାରେ । ତେଣୁ ଚମଡା ପ୍ରସ୍ତୁତ ବ୍ୟବହାରରୁ ନିଜକୁ ଦୂରେଇ ରଖିବା ସହ ଏହି ସାମଗ୍ରୀ କାହାରିକୁ ଦାନ ବା ଉପହାର ଦିଅନ୍ତୁ ନାହିଁ ।

ଏହା ବ୍ୟତୀତ ପିତୃପକ୍ଷରେ ପୁରୁଣା କପଡା ଦାନ ଦେବା ଅଶୁଭ ହୋଇଥାଏ । ବିଶ୍ୱାସ ରହିଛି, ଏହି ପକ୍ଷରେ ବ୍ରାହ୍ମଣଙ୍କୁ ନୂଆ ବସ୍ତ୍ର ଦାନ କରିବା ଆବଶ୍ୟକ ।

ହିନ୍ଦୁ ଧର୍ମରେ, ପୂଜା ପାଠ କାଳରେ କଳା ରଙ୍ଗର ବ୍ୟବହାରକୁ ଅଶୁଭ କୁହାଯାଇଛି । କଳା ରଙ୍ଗ ପୂଜା ପାର୍ବଣରେ ନିଷିଦ୍ଧା ତେଣୁ ପିତୃପକ୍ଷରେ ଦେଉଥିବା ଦାନରେ ଯେମିତି କୌଣସି କଳା ରଙ୍ଗର ସାମଗ୍ରୀ ନ ରୁହେ, ସେଥିପ୍ରତି ବିଶେଷ ଯତ୍ନବାନ ରୁହନ୍ତୁ ।

ସେହିପରି ଏହି ପକ୍ଷରେ ତେଲ ଦାନଠୁ ଦୂରେଇ ରୁହନ୍ତୁ । ବିଶେଷ ରୂପେ ଏହି ସମୟରେ ସୋରିଷ ତେଲର ଦାନ ଆପଣଙ୍କ ପାଇଁ ଅନେକ ସମସ୍ୟା ଆଣି ଦେବ । ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ତାଜା ଜିନିଷର ବ୍ୟବହାର କରିବା ଜରୁରୀ । ଅଇଁଠା ବା ବାସି ଖାଦ୍ୟ ଅର୍ପଣ ବହୁ ଅଶୁଭ ଫଳ ପ୍ରଦାନ କରିବ ।

Get real time updates directly on you device, subscribe now.