ମନିପ୍ଲାଣ୍ଟ ଲଗାଇଥିଲେ କରନ୍ତୁନି ଏହିସବୁ ଭୁଲ୍‌, ବଢିବା ବଦଳରେ ଦିନକୁ ଦିନ କମିଯିବ ଆପଣଙ୍କ ଧନ ସଂପତ୍ତି

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ଏପରି ବହୁ ଉପାୟ ବିଷୟରେ କୁହାଯାଇଛି ଯାହା ଧନ ଆକର୍ଷିତ କରିଥାଏ । ଯେଉଁ ଉପାୟ ଆପଣାଇ ଆପଣ ଧନୀ ହୋଇପାରିବେ । ଧର୍ମ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଆପଣାଇବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ବାସ କରିବେ । ଫଳରେ ଘରେ ସର୍ବଦା ଧନ ସମ୍ପତ୍ତି ଭରି ରହିବା ସହ ସୁଖ ଶାନ୍ତି ମଧ୍ୟ ବଜାୟ ରହିଥାଏ । ଏସବୁ ପାଇବା ପାଇଁ ଘରେ ମନିପ୍ଲାଣ୍ଟ ଲଗାଇବା ବହୁତ ଭଲ ଓ ସହଜ ଉପାୟ ହୋଇଥାଏ । ଏହି ପ୍ଲାଣ୍ଟ ଧନ ଆକର୍ଷିତ କରିଥାଏ ବୋଲି ବିଶ୍ୱାସ ରହିଛି ।

କିନ୍ତୁ ଘରେ ମନିପ୍ଲାଣ୍ଟ ଲଗାଇବା ସମୟରେ କିଛି କଥାକୁ ଧ୍ୟାନ ଦେବା ବହୁତ ଜରୁରୀ । ଅନ୍ୟଥା ଲାଭ ବଦଳରେ କ୍ଷତି ହୋଇପାରେ । ଧନ ସଂପତ୍ତି ବଢିବା ବଦଳରେ ହ୍ରାସ ପାଇପାରେ । ଏହା ବ୍ୟତିତ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ନାରାଜ ହୋଇ ଆପଣଙ୍କ ଘରୁ ଚାଲିଯାଇପାରନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଘରେ ମନିପ୍ଲାଣ୍ଟ ଲଗାଇବା ସମୟରେ କେଉଁ ଭୁଲ୍ କରିବା ଅନୁଚିତ ।

-ଉତ୍ତର ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାନ୍ତୁ ନାହିଁ । ଏପରି କଲେ ଆପଣଙ୍କ ଆୟ ଉପରେ ନକରାତ୍ମକ ପ୍ରଭାବ ପଡିବ । ଏହା ଧନହାନୀର କାରଣ ପାଲଟିବ ।
-ମନି ପ୍ଲାଣ୍ଟ ସର୍ବଦା ଯେପରି ଉପରକୁ ମାଡିବ ସେଥିପ୍ରତି ନଜର ଦେବେ । ଏଥିପାଇଁ କିଛି କାଠ କିମ୍ବା ବାଉଁଶର ସାହାଯ୍ୟରେ ଏହି ଲଟାକୁ ଉପରକୁ କରି ରଖନ୍ତୁ । ତଳକୁ ଓହଳି ରହିଥିବା କିମ୍ବା ମାଟି ଉପରେ ପଡି ରହିଥିବା ମନିପ୍ଲାଣ୍ଟ ଉନ୍ନତିରେ ବାଧା ଆଣିଥାଏ । ବ୍ୟକ୍ତି ଗରିବୀ ମଧ୍ୟକୁ ଚାଲିଯାଏ ।
-ଘରେ ଶୁଖି ଯାଇଥିବା ମନି ପ୍ଲାଣ୍ଟ କେବେ ବି ଲଗାନ୍ତୁ ନାହିଁ । ଯଦି କିଛି ପତ୍ର ବି ଶୁଖିଯାଏ ତେବେ ତାହାକୁ ହଟାଇ ଦିଅନ୍ତୁ । ପୁରା ମନି ପ୍ଲାଣ୍ଟ ଶୁଖିଗଲେ ତାକୁ ହଟାଇ ନୂଆ ମନିପ୍ଲାଣ୍ଟ ଲଗାନ୍ତୁ ।
-ମନି ପ୍ଲାଣ୍ଟ ଘର ଭିତରେ ଲଗାଇବା ଶୁଭ ହୋଇଥାଏ । କିନ୍ତୁ ଏହାକୁ ୱାଶରୁମ୍ ପାଖରେ ଲଗାନ୍ତୁ ନାହିଁ । ଏହା ପାଖ ମଇଳା ହେବାକୁ ଦିଅନ୍ତୁ ନାହିଁ । ଏପରି କଲେ ମା’ ଲକ୍ଷ୍ମୀ ରାଗିଯାଆନ୍ତି ।