ଅକ୍ଷୟ ତୃତୀୟାରେ କରନ୍ତୁ ଏହି ୫ଟି ଉପାୟ, ମାଆ ଲକ୍ଷ୍ମୀଙ୍କ କୃପାରେ ବର୍ଷିବ ଧନ

ଏହି ୫ଟି ଉପାୟ ଆପଣାଇ ଅକ୍ଷୟ ତୃତୀୟାରେ ହୁଅନ୍ତୁ ଧନବାନ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଅପ୍ରେଲ ୩୦ ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଜ୍ୟେତିଷଶାସ୍ତ୍ର ମୁତାବକ, ଅକ୍ଷୟ ତୃତୀୟାରେ ଯଦି କିଛି ଖାସ ଉପାୟ କରାଯାଏ, ତେବେ ଧନ ଲାଭର ଯୋଗ ହୋଇପାରେ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିପାରେ। ଆସନ୍ତୁ ଜାଣିବା ଏହି ୫ଟି ଉପାୟ..

ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ: ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହାପରେ ମୂର୍ତ୍ତି ବା ଫଟୋର ଅଭିଷେକ କ୍ଷୀରରେ କରନ୍ତୁ। ଏହି ସମୟରେ ଲକ୍ଷ୍ମୀ ମାଆଙ୍କ ମନ୍ତ୍ର ପଢନ୍ତୁ।

ଶ୍ରୀସୁକ୍ତ ପାଠ କରନ୍ତୁ: ଅକ୍ଷୟ ତୃତୀୟା ଦିନ ନାଲି ସାଢୀ ପିନ୍ଧି ମାଆ ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ ଘିଅ ଦୀପ ଜଳାଇ ଶ୍ରୀସୁକ୍ତ ପାଠ କରନ୍ତୁ। ଏହାକୁ ଜପ କରିବା ଦ୍ୱାରା ଲକ୍ଷ୍ମୀ ମାଆ ସଙ୍ଗେ ସଙ୍ଗେ ଚାଲିଆସନ୍ତି।

ଆଲମୀରାରେ ରଖନ୍ତୁ ଏହି ଜିନିଷ: ଅକ୍ଷୟ ତୃତୀୟାରେ ଦେବୀ ଲକ୍ଷ୍ମୀଙ୍କ ପୂଜା ସମୟରେ ହଳଦୀ ଖଣ୍ଡ ଏବଂ ରୂପା କଏନକୁ ରଖନ୍ତୁ। ପୂଜା ପରେ ଏହି ଦୁଇଟି ଜିନିଷକୁ ଲାଲ କପଡାରେ ବାନ୍ଧି ଧନର ସ୍ଥାନ କିମ୍ବା ଆଲମୀରାରେ ରଖନ୍ତୁ।

ରାଶି ଅନୁସାରେ ଜପ କରନ୍ତୁ ମନ୍ତ୍ର: ଜ୍ୟେତିଷଶାସ୍ତ୍ର ମୁତାବକ, ଲକ୍ଷ୍ମୀ ମାଆଙ୍କୁ ପ୍ରସନ୍ନ କରିବା ଲାଗି ନିଜ ରାଶି ଅନୁସାରେ ମନ୍ତ୍ର ଜପିବା ନିହାତି ଆବଶ୍ୟକ। ଏହା ଆପଣ ଜ୍ୟେତିଷ ବା ପଣ୍ଡିତଙ୍କୁ ପଚାରି ବୁଝିପାରିବେ।

ଘରେ ଏହି ଯନ୍ତ୍ର ସ୍ଥପନା କରନ୍ତୁ: ଶ୍ରୀଯନ୍ତ୍ର, ମହଲକ୍ଷ୍ମୀ ଯନ୍ତ୍ର, ମଙ୍ଗଳ ଯନ୍ତ୍ର ଏବଂ କନକଦାରା ଯନ୍ତ୍ର କୁ ଘରେ ସ୍ଥାପନା କରନ୍ତୁ। ଏଥିରେ କୌଣସି ମଧ୍ୟ ଗୋଟିଏ ଯନ୍ତ୍ର ଅକ୍ଷୟ ତୃତୀତାରେ ନିଜ ଘରେ ନେଇ ସ୍ଥାପନ କରନ୍ତୁ ଏବଂ ପ୍ରତିଦିନ ଏହାର ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଜୀବଜନରେ ଟଙ୍କା-ପଇସାର ଅଭାବ ରହିନଥାଏ।