CHARIDHAM

ଘରେ ଅର୍ଥାଭାବ ଲାଗି ରହୁଥିଲେ ଏପରି କରନ୍ତୁ , ମିଳିବ ଲକ୍ଷ୍ମୀ ଓ କୁବେରଙ୍କ କୃପା

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି କାମ କରିବା ପୂର୍ବରୁ ଚାଣକ୍ୟଙ୍କ ବିଚାର ଜାଣିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ସେପରି କିଛି ଉପାୟ ଯାହା ଦ୍ୱାରା ଆପଣ ନିଜର ଆର୍ଥିକ ସ୍ଥିତି ମଜଭୂତ କରିପାରିବେ।

-ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ପକ୍ଷୀମାନଙ୍କର ସେବା କରେ, ତାଙ୍କୁ ଖାଦ୍ୟ ଏବଂ ପାଣି ଦେଇଥାଏ, ସେ ନିଜ ଜୀବନରେ ଧନ ଆସିବାର ରାସ୍ତା ଖୋଲିଦେଇଥାଏ। ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଅର୍ଥର ଅଭାବ ରହି ନ ଥାଏ।

-ଯେଉଁ ଘରେ ଭଗବାନଙ୍କ ଆଦର ସମ୍ମାନ କରାଯାଏ। ତାଙ୍କୁ ପୂଜା କରାଯାଏ, ତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଏ, ଉକ୍ତ ଘରେ ଧନସମ୍ପତ୍ତିର ଭଣ୍ଡାର ସର୍ବଦା ପୂର୍ଣ୍ଣ ଥାଏ। କେବେ ବି ପରିବାରକୁ ଅର୍ଥାଭାବ ଯୋଗୁ ଅସୁବିଧା ଉଠାଇବାକୁ ପଡ଼ି ନ ଥାଏ।

-କୁଷ୍ଠ ରୋଗୀଙ୍କ ସହାୟତା କରିବା ଉଚିତ। ଏହାଦ୍ୱାରା ଜଣଙ୍କ ଜୀବନରେ ଉପୁଜୁଥିବା ବାଧାବିଘ୍ନ ଦୂର ହୋଇଥାଏ। ନିସ୍ବାର୍ଥ ଭାବ ରଖି ସେମାନଙ୍କର ସେବା କଲେ ଜୀବନରେ ଧନର ଅଭାବ ରହି ନ ଥାଏ। କାରଣ ଭଗବାନ କୁବେରଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ପଡ଼ିଥାଏ। ଫଳସ୍ବରୂପ ଘରର ଭଣ୍ଡାର ପୂର୍ଣ୍ଣ ରହିଥାଏ।

-ଗୋମାତାର ସେବା କରିବା ଦ୍ୱାରା ବହୁତ ପୂଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି। ତେବେ ଗାଇଙ୍କ ଦେହରେ ସମସ୍ତ ଦେବତା ବାସ କରିଥାନ୍ତି। ଏଣୁ ତାଙ୍କର ସେବା କରିବାଦ୍ୱାରା ସମସ୍ତ ଦେବତାଙ୍କ ସେବା କରିବା ଭଳି ହୋଇଯାଏ। ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଫଳରେ ଧନ ସମ୍ପତ୍ତି ଅଭାବ ରହି ନ ଥାଏ।

-ଯେଉଁ ବ୍ୟକ୍ତି ନିଜ ଧନକୁ ଅଯଥା କରେ ନାହିଁ ଏବଂ ତାହାକୁ ଭଲ କାମରେ ଲଗାଇଥାଏ, ଉକ୍ତ ବ୍ୟକ୍ତିଙ୍କ ଘରେ କେବେ ବି ଧନର ଅଭାବ ପରିଲକ୍ଷିତ ହୋଇ ନ ଥାଏ।