fbpx

ମିଠା ଖାଇବାର ତୁରନ୍ତ ପରେ ଆପଣ ପାଣି ପିଉଛନ୍ତି? ତେବେ ସାବଧାନ, ନଚେତ ବଢ଼ିଯିବ ବ୍ଲଡ ସୁଗାର ଲେବଲ

ଖାଦ୍ୟ ଗ୍ରହଣ ପରେ ଆମକୁ ମିଠା ଖାଇବାକୁ ଦିଆଯାଏ। କିନ୍ତୁ ଆପଣ ମିଠା ଖାଇବାର ତୁରନ୍ତ ପରେ ଆପଣ ପାଣି ପିଉଛନ୍ତି? ତାହେଲେ ହୋଇଯାନ୍ତୁ ସାବଧାନ ! ଯଦି ଆପଣଙ୍କୁ ମିଠା ଖାଇବା ବହୁତ ପସନ୍ଦ ଏବଂ ମିଠା ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ । ମିଠା ଖାଇବା ପରେ ପାଣି ପିଇବାର ଅର୍ଥ ଏୟା ଯେ ଆପଣ ଅଚାନକ ନିଜ ବ୍ଲଡ ସୁଗାର ଲେବଲକୁ ରାଇଜ୍‌ କରିବା ପାଇଁ ମଜବୁତ କରୁଛନ୍ତି ।

ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଏପରି ଅନେକ ଭୁଲ୍ କରିଥାଉ । ମାତ୍ର ଏହି ଭୁଲର ପରିଣାମ ଯେ କେତେ ଭୟଙ୍କର ହୋଇଥାଏ, ତାହା ଆମକୁ ଜଣାନଥାଏ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଯାନ୍ତି । ତେବେ ଏହା ଏକ ଖରାପ ଅଭ୍ୟାସ । ଏହା ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଏ । ନିକଟରେ ଆମେରିକାର ସୁରୀନାମର ହୋଇଥିବା ରିସର୍ଚ୍ଚରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପର୍ଦ୍ଦାଫାଶ କରିଛନ୍ତି ।

ପାଣି ସହିତ ମିଠା ଓ ବିନା ପାଣିରେ ମିଠା ଖାଉଥିବା ଲୋକଙ୍କ ବ୍ଲଡ ସୁଗାର ସ୍ତରକୁ ବିଶ୍ଲେଷଣ କରାଯାଇଥିଲା । ତେବେ ଯେଉଁ ଲୋକମାନେ ପାଣି ସହିତ ମିଠା ଖାଇଥିଲେ ସେମାନଙ୍କର ବ୍ଲଡ ସୁଗାର ସ୍ତର ଅଧିକ ରହିଥିଲା । ଏକ ରିସର୍ଚ୍ଚ ମୁତାବକ, ଆପଣ ଯେତେ ଅଧିକ ପାଣି ପିଇଥାନ୍ତି, ସେହି ଅନୁପାତରେ କମ୍ ସୁଗାର ଓ ସାଚୁରେଟେଡ ଫ୍ୟାଟରେ ଭରପୁର ଖାଦ୍ୟ ପଦାର୍ଥ ଖାଇଥାନ୍ତି । ମାତ୍ର ଏବେ ନୂଆ ରିପୋର୍ଟ ମୁତାବକ, ଖାଇବା ପରେ ପାଣି ପିଇବା ଦ୍ୱାରା ବ୍ଲଡ ସୁଗାର ଲେବଲ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇପାରେ ।

ଏଣ୍ଟୋନ ଡି କମ ବିଶ୍ୱବିଦ୍ୟାଳୟର ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ କେବଳ ମିଠାକୁ ସାମିଲ କରାଯାଇଥିଲା । ମାତ୍ର ଅନ୍ୟ ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ଏହା ଲାଗୁ ହେବ ବୋଲି କୁହାଯାଇଛି । ଏଥିରେ ୩୫ ଜଣ ଲୋକଙ୍କ ରକ୍ତ ଶର୍କରାର ସ୍ତରକୁ ପରୀକ୍ଷା କରାଯାଇଥିଲା । ତେବେ ମିଠା ଖାଇବା ପରେ ପାଣି ପିଇଥିବା ଲୋକଙ୍କ ରକ୍ତରେ ଗ୍ଲୁକୋଜ ସ୍ତର ଅନ୍ୟ ଲୋକଙ୍କ ତୁଳନାରେ ଦୁଇଗୁଣ ଅଧିକ ଥିବା ଜଣାପଡ଼ିଥିଲା । ମିଠାରେ ରହିଥିବା ଗ୍ଲୁକୋଜ ପେଟ ଦ୍ୱାରା ଖାଲି ହେବା ପାଇଁ ଲାଗୁଥିବା ସମୟକୁ ଧୀମା କରିଦେଇଥାଏ । ଫଳରେ ତରଳ ପଦାର୍ଥ ଅନ୍ତ ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ । ତେଣୁ ଆପଣଙ୍କୁ ଶୋଷ ଲାଗିଥାଏ । ଯଦି ଆପଣ ପାଣି ପିଅନ୍ତି ତେବେ ଶୋଷ ମେଣ୍ଟି ନଥାଏ ।

ଏପରି ଦୂରେଇ ରୁହନ୍ତୁ ପାଣି ଓ ମିଠାର ସମ୍ପର୍କରୁ
ଯେତେବେଳେ ବି ଆପଣ ମିଠାଇ ଖାଉଛନ୍ତି ତାପରେ କିଛି ନମକିନ୍‌ ନିଶ୍ଚୟ ଖାଇଦିଅନ୍ତୁ ।
ମିଠା ଜିନିଷକୁ ଖାଇବା ପରେ କୁଳି ନିଶ୍ଚୟ କରନ୍ତୁ ।
ଯେତେବେଳେ ବି ମିଠା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି ଆପଣ ତାହା ବଦଳରେ ଫ୍ରୁଟ୍ସ ଖାଇପାରିବେ ।
ଚକୋଲେଟ କିମ୍ବା ଟଫି ସହିତ ପାଣି ବଦଳରେ ଫ୍ରୁଟ୍ସ ନେଇପାରିବେ ।
ମିଲ୍କ ସେକ କିମ୍ବା କୋଲ୍ଡ କଫି ଯାଗାରେ ଜୁସ୍‌ ପିଅନ୍ତୁ ।

Get real time updates directly on you device, subscribe now.