ହିନ୍ଦୁ ଧର୍ମ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ ବୁଦ୍ଧ ମୂର୍ତ୍ତିର ଅନେକ ମହିମା ଏବଂ ମହତ୍ୱ ରହିଛି । ଏହି ମୂର୍ତ୍ତିକୁ ସୁଖ ଶାନ୍ତିର ପ୍ରତକ ମଧ୍ୟ କୁହାଯାଇଥାଏ । ତେବେ ଘରେ ବୁଦ୍ଧଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭଙ୍କର ହେବା ସହ ସକରାତ୍ମକ ଭାବନା ମଧ୍ୟ ସୃଷ୍ଟି କରିଥାଏ । ତେବେ ବୁଦ୍ଧଙ୍କର ଅନେକ ମୂଦ୍ରା ରହିଥାଏ । ଯାହାକୁ ଘରେ କିମ୍ବା ଅଫିସରେ ରଖିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ,ଯଦି ଏହି ମୂର୍ତ୍ତକୁ ସଠିକ୍ ଭାବରେ ଏବଂ ସଠିକ୍ ସ୍ଥାନରେ ରଖା ନ ଯାଏ ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ବୁଦ୍ଧ ମୂର୍ତ୍ତିଙ୍କୁ ରଖିବାର ସଠିକ୍ ଉପାୟ
ଶୋଇଥିବା ବୁଦ୍ଧ:ବାସ୍ତୁଶାସ୍ତ୍ର ଅନୁସାରେ ମୁଣ୍ଡରେ ହାତ ରଖି ଶୋଇଥିବା ବୁଦ୍ଧଙ୍କ ମୂର୍ତ୍ତି ଜୀବନର ଶେଷ ଦିନକୁ ପ୍ରତିପାଦିତ କରିଥାଏ । ଏହିପରି ଏକ ପ୍ରତିମା ସମନ୍ୱୟ ଏବଂ ଦୟାଳୁ ଭାବକୁ ସୂଚାଇଥାଏ । ତେବେ ଏହିଭଳି ମୂର୍ତ୍ତି ଘରେ ରଖିବା ଦ୍ୱାରା ଘର ଲୋକଙ୍କ ଆଚରଣ ଶାନ୍ତିପୂର୍ଣ୍ଣ ହେବା ସହ ଘରେ କୌଣସି ଅସୁବିଧା ରୁହେ ନାହିଁ । ତେବେ ଏହି ନିଦ ମୂଦ୍ରାରେ ଥିବା ବୁଦ୍ଧ ପ୍ରତିମୂର୍ତ୍ତିକୁ ଘରର ପଶ୍ଚିମ ଆଡକୁ ମୁହଁ କରି ରଖିବା ଉଚିତ୍ । ଏପରି ରଖିବା ଦ୍ୱାରା ଏହା ଶୁଭ ଫଳ ପ୍ରଦାନ କରିଥାଏ ।
ଭୂମିସ୍ପର୍ଶ ବୁଦ୍ଧ: ବୁଦ୍ଧଙ୍କର ଏପରି ଏକ ପ୍ରତିମା ଅଛି ଯେଉଁଥିରେ ସେ ପୃଥିବୀ ଉପରେ ହାତ ରଖିଥିବା ଦେଖିବାକୁ ମିଳିଥାଏ । ତେବେ ତାଙ୍କର ଏହି ମୂଦ୍ରାକୁ ଭୂମିସ୍ପର୍ଶ ମୂଦ୍ରା କୁହାଯାଏ । ବୁଦ୍ଧଙ୍କ ଏହିପରି ପ୍ରତିମା ଜ୍ଞାନର ପ୍ରତୀକ ଅଟେ । ଏହାକୁ ହଲ୍ କିମ୍ବା ପଢାଘରେ ରଖିବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । ତେବେ ବୁଦ୍ଧଙ୍କର ଏହି ମୂର୍ତ୍ତିକୁ ପୂର୍ବ ଦିଗ ମୁଖା କରି ରଖିବା ଆବଶ୍ୟକ
ଆଶୀର୍ବାଦ ବୁଦ୍ଧ: ବାସ୍ତୁଶାସ୍ତ୍ର ଅନୁଯାୟୀ ବୁଦ୍ଧଙ୍କର ଆଶୀର୍ବାଦ ମୂଦ୍ରା ଥିବା ମୂର୍ତ୍ତି ଘରୁ ଏବଂ ମନରୁ ନକାରାତ୍ମକତାକୁ ଦୂର କରି ସକରାତ୍ମକତା ଆଣିଥାଏ । ଏତିସହିତ ଘରେ ଯଦି କୌଣସି ବାସ୍ତୁ ତ୍ରୁଟି ଥାଏ, ତେବେ ବୁଦ୍ଧଙ୍କର ଏପରି ପ୍ରତିମା ରଖିବା ଲାଭଦାୟକ ହୋଇଥାଏ ।
ମେଡିସିନ୍ ବୁଦ୍ଧ: ହାତରେ ଔଷଧିୟ ପାତ୍ର ଥିବା ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ମେଡିସିନ୍ ବୁଦ୍ଧ କୁହାଯାଏ । ତେବେ ଘରେ ବୁଦ୍ଧଙ୍କର ଏପରି ପ୍ରତିମା ରଖିବା ଦ୍ୱାରା ଘରର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ହସୁଥିବା ବୁଦ୍ଧ(ଲାପିଙ୍ଗ ବୁଦ୍ଧ): ହସୁଥିବା ବୁଦ୍ଧଙ୍କୁ ଗୌତମ ବୁଦ୍ଧଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ । ତେବେ ଏହାକୁ ଘରେ ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ରି ହୋଇଥାଏ । ତେଣୁ ଏପରି ପ୍ରତିମା ଥିବା ବୁଦ୍ଧ ମୂର୍ତ୍ତିଙ୍କୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଆବଶ୍ୟକ । ତେବେ ଏହାକୁ ରଖିବା ସମୟରେ ଦକ୍ଷିଣ-ପୂର୍ବ ଦିଗକୁ ମୁହଁ କରି ରଖିବା ଦ୍ୱାରା ଏହା ଶୁଭ ଫଳ ପ୍ରଦାନ କରିଥାଏ । ଏଥିସହିତ ଘରେ ସୁଖ ସମୃଦ୍ଧି ଆସିଥାଏ ।