fbpx

ମୁହଁରୁ ଦୁର୍ଗନ୍ଧ ଆସୁଛି କି? ଜାଣନ୍ତୁ ଏହାର କାରଣ

ଆମେ ଯଦି ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ମୁହଁ ନ ଧୁଅନ୍ତି ତେବେ ମୁହଁରୁ ଦୁର୍ଗନ୍ଧ ଆସିବା ଏକ ସାଧାରଣ ଘଟଣା । କିନ୍ତୁ ଅନେକ ସମୟରେ ଏପରି ହୋଇଥାଏ କି ଆମେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଭଲ ଭାବରେ ବସ୍ର କରିବା ସତ୍ୱେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ଆସିଥାଏ । ଯାହାଫଳରେ ଆମେ ଅନ୍ୟମାନଙ୍କ ସାମ୍ନାରେ କଥା କହିବାକୁ ସଙ୍କୋଚ କରିଥାଉ । ତେବେ ମୁହଁରୁ ଆସୁଥିବା ଏପରି ଦୁର୍ଗନ୍ଧ ପଛରେ କିଛି କାରଣ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି କାରଣ ଯାହାଫଳରେ ମୁହଁରୁ ଏପରି ଦୁର୍ଗନ୍ଧ ଆସିଥାଏ ।

ପାଟି ଦୁର୍ଗନ୍ଧର ୩ଟି କାରଣ:

୧-ପାଣି କମ୍ ପିଇବା: ଆମ ଶରୀରରେ ଅଧିକାଂଶ ପାଣି ଥାଏ । ତେଣୁ ଶରୀରରେ ପାଣିର ଅଭାବ ରହିବା ଉଚିତ୍ ନୁହେଁ । ନଚେତ୍ ଜଳୀୟ ଅଶଂର ଅଭାବ ହେବା ସହ ଅନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥି ସହତ ପାଟିରେ ଥିବା ଲାଳର ଉତ୍ପାଦନ ମଧ୍ୟ କମ ହୋଇଯାଇଥାଏ । ଏହି କାଣରୁ ପଟି ଶୁଖିଲା ରହିବା ସହ ଜୀବାଣୁମାନେ ବୃଦ୍ଧି ପାଇଥାନ୍ତି । ଯହାଫଳରେ ପାଟି ଦୁର୍ଗନ୍ଧ କରିଥାଏ । ତେଣୁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏଥିସହତ ଖାଇ ସାରିବା ପରେ ଲୁଣ ଏବଂ ରଗମ ପାଣି କୁଳି କରନ୍ତୁ ।

୨-ନିଦ କିମ୍ବା ଆଣ୍ଟି ଡିପ୍ରେସନ୍ ମେଡିସିନ ଖାଇବା: ଯେଉଁ ଲୋକଙ୍କୁ ରାତିରେ ନିଦ ହୋଇ ନଥାଏ କିମ୍ବା ସେମାନେ ଡିପ୍ରେସନର ଶିକାର ହୋଇଥାନ୍ତି, ସେମାନେ ଏଥିପାଇଁ ରାତିରେ ଔଷଧ ଖାଇଥାନ୍ତି । ତେଣୁ ଏହି ଔଷଧ ପାଟି ଦୁର୍ଗନ୍ଧର କାରଣ ହୋଇଥାଏ । ତେଣୁ ଏଥିପାଇଁ ଆପଣ ନଡିଆ ପାଣି କିମ୍ବା ଲେମ୍ବୁ ପାଣି ପିଇବା ଉଚିତ୍ ।

୩-କଫି: ଭାରତର ଅଧିକାଶଂ ଲୋକ କଫି ପିଇବାକୁ ଖୁବ ପସନ୍ଦ କରିଥାନ୍ତି । ତେବେ ତାଙ୍କର ଏହି ଅଭ୍ୟାସ ସେମାନଙ୍କ ପାଇଁ କ୍ଷତିର କାରଣ ହୋଇଥାଏ । କଫିରେ ଭରପୁର ମାତ୍ରାରେ କଫିନ୍ ରହିଥାଏ । ଯହା ଅମ ଶରୀରରେ ଥିବା ପାଣିର ମାତ୍ରାକୁ କମ୍ କରିଥାଏ । ତେଣୁ କଫି ଅଧିକ ମାତ୍ରାରେ ପିଇବା ଦ୍ୱାରା ପାଟିରେ ଥିବା ଲାଳ ଉତ୍ପାଦନ ମାତ୍ରା ମଧ୍ୟ କମ ହୋଇଥାଏ । ଯାହାଫଳରେ ପାଟି ଦୁର୍ଗନ୍ଧ କରିଥାଏ । ତେଣୁ କଫି କମ୍ ମାତ୍ରାରେ ପିଇବା ଉଚିତ୍ ।

Get real time updates directly on you device, subscribe now.