fbpx

ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି କି ? ଜାଣନ୍ତୁ କେଉଁ କାରଣ ପାଇଁ ହୁଏ ଏପରି ସମସ୍ୟା…

ଓଡିଶା ଭାସ୍କର: ସାଧାରଣ ସୁସ୍ଥ ଲୋକମାନଙ୍କର ଛାତିରେ ବେଳେବେଳେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଛାତି ଯନ୍ତ୍ରଣା ହେବା ପ୍ରାୟତ ହୃଦଘାତ ସହିତ ଜଡିତ ହୋଇଥାଏ ବୋଲି ଅନେକଙ୍କର ମତ ରହିଛି । କିନ୍ତୁ ଅନ୍ୟାନ୍ୟ କାରଣରୁ ମଧ୍ୟ ଛାତି ଯନ୍ତ୍ରଣା ହୋଇପାରେ । ତେବେ ଆପଣମାନେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ । ଆସନ୍ତୁ ଜାଣିବା କାହିଁକି ହୋଇଥାଏ ଏହି ଛାତି ଯନ୍ତ୍ରଣାର ସମସ୍ୟା ….

ଅନେକ ସମୟରେ ଆପଣ ଖାଲିପେଟରେ ରହିବା କାରଣରୁ ପେଟରେ ଥିବା ଏସିଡ୍ ଏସୋଫାଗସ୍ କୁ ଉତ୍ତେଜିତ କରିଥାଏ । ଏହା କାରଣରୁ କାରଣରୁ ପାକସ୍ତଳୀରେ ବିଭିନ୍ନ ସମ୍ୟା ହୋଇ ଜଳାପୋଡା ହୋଇଥାଏ । ଏଥିସହ କଷ୍ଟୋଚଣ୍ଡ୍ରାଇଟିସ୍ ପରି ମାଂସପେଶୀ-ସ୍କେଲେଟାଲ୍ ସମସ୍ୟା, ପଟିରୁ ଛାତି ସହିତ ସଂଯୋଗ କରୁଥିବା କାର୍ଟିଲେଜ୍କୁ ତୀବ୍ର ଯନ୍ତ୍ରଣା ଦେଇଥାଏ । ନିମୋନିଆ, ପ୍ଲୁରାଇଟିସ୍ (ଫୁସଫୁସ ଭିତର) କିମ୍ବା ଫୁସଫୁସ ଏମ୍ବୋଲାଇଜିମ୍ (ଫୁସଫୁସରେ ରକ୍ତ ଜମାଟ ବାନ୍ଧିବା) ସହିତ ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଇଥାଏ।

କାହିଁକି ହୁଏ ଛାତି ଯନ୍ତ୍ରଣାର-
ଆପଣମାନେ ଅଧିକ ଚାପଗ୍ରସ୍ତ, ଚିନ୍ତା ବାରମ୍ବାର କରିବା ଦ୍ୱାରା ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅନେକ ସମୟରେ ଦ୍ରୁତ ଗତିରେ ହୃଦସ୍ପନ୍ଦନ, ଗମଗମ ଝାଳ ବାହାରିବା ଏବଂ ହଠାତ ଜୋର ନିଶ୍ୱାସ ପ୍ରଶ୍ୱାସ ହେବା ଇତ୍ୟାଦି ଏହି ରୋଗର କାରଣ ହୋଇଥାଏ । ବିଭିନ୍ନ କାରଣ ହେତୁ ଛାତି ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଆଣିଥାଏ । ଆପଣମାନଙ୍କର ଯଦି ଏପରି କୌଣସି ସମସ୍ୟା ଦେଖାଦେଉଛି । ତେବେ ଉପଯୁକ୍ତ ଯତ୍ନ ନେବେ ସହ ଡାକ୍ତରଙ୍କ ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

Get real time updates directly on you device, subscribe now.