fbpx

ଆପଣଙ୍କ ହାତରେ ଅଛି କି ଏହି ରେଖା? ବିବାହ ପରେ ବଦଳିବ ଭାଗ୍ୟ

ମଣିଷ ଭାଗ୍ୟର ସବୁ ରହସ୍ୟ ତା ହାତରେ ଥିବା ରେଖାରେ ଲୁଚି ରହିଥାଏ । ଯାହାଦ୍ୱାରା ହସ୍ତରେଖା ଶାସ୍ତ୍ରର ବିଶେଷଜ୍ଞମାନେ ହାତ ପାପୁଲି ଦେଖି ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ କହିପାରନ୍ତି । ତେବେ କିଛି କ୍ଷେତ୍ରରେ ଦେଖାଯାଏ ଯେ ବ୍ୟକ୍ତିଙ୍କ ବିବାହ ପରେ ହଠାତ୍ ତାଙ୍କର ଉନ୍ନତି ହୋଇଥାଏ । ସେମାନେ ତାଙ୍କ ଜୀବନରେ ଅନେକ ସଫଳତା ପାଇବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ ।

ପ୍ରକୃତରେ ହସ୍ତରେଖା ଶାସ୍ତ୍ର ଅନୁସାରେ ଆମ ହାତରେ ଏପରି କିଛି ରେଖା ଥାଏ ଯାହା ଆମ ଭବିଷ୍ୟ ବିଷୟରେ ଜାଣିଥାଏ । ତେବେ ହାତରେ ଥିବା ବିବାହ ରେଖା ଓ ଅନ୍ୟ କିଛି ରେଖା ଦ୍ୱାରା ବିବାହ ପରେ ବ୍ୟକ୍ତିର ଉନ୍ନତି ହେବ କି ନାହିଁ ତାହା ଜଣା ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ହାତରେ ଥିବା କେଉଁ ରେଖା ବିବହ ପରେ ବ୍ୟକ୍ତିକୁ ଧନବାନ କରାଇବା ସହିତ ଭାଗ୍ୟଶାଳୀ ମଧ୍ୟ କରାଇଥାଏ ।

ବୁଧ ପର୍ବତ ରେଖା: ହାତର କାଣି ଆଙ୍ଗୁଠି ତଳେ ଥିବା ବୁଧ ପର୍ବତ ରେଖାରୁ ଦେଖି ହସ୍ତଶାସ୍ତ୍ର ବିଶେଷଜ୍ଞମନେ ବ୍ୟକ୍ତିର ବୈବାହିକ ଜୀବନ ବିଷୟରେ କହିଥାନ୍ତି । ତେବେ କୁହାଯାଏ ଯେ ହାତରେ ଥିବା ଏହି ରେଖା ଯେତେ ସ୍ପଷ୍ଟ ଦେଖାଯାଏ ବ୍ୟକ୍ତିର ବୈବାହିକ ଜୀବନ ସେତେ ସୁଖମୟ ହୋଇଥାଏ । ଏଥିସହିତ ପତି-ପତ୍ନୀଙ୍କ ମଧ୍ୟରେ ଭଲ ସାମଞ୍ଜସ୍ୟ ରହିଥାଏ ।

ମଣିବନ୍ଧ ରେଖା: ଯେଉଁ ବ୍ୟକ୍ତିଙ୍କ ହାତରେ ଭାଗ୍ୟରେଖା ମଣିବନ୍ଧ ରୁ ବାହାରି ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ ସେହି ବ୍ୟକ୍ତିମାନଙ୍କ ଭାଗ୍ୟ ବିବାହ ପରେ ଚମକି ଉଠିଥାଏ । ତେବେ ଏହି ବ୍ୟକ୍ତିମାନେ ବିବାହ ପରେ ଧନବାନ ହୋଇଥାନ୍ତି । ଏଥିସହିତ ସର୍ବଦା ସେମାନେ ଖୁସିରେ ରହିଥାନ୍ତି ।

ଗୁରୁ ପର୍ବତ ରେଖା: ଆଙ୍ଗୁଳି ନିକଟରୁ ଗୁରୁ ପର୍ବତ ପର୍ଯ୍ୟନ୍ତ ଯଦି କୌଣସି ରେଖା ଯାଇଥାଏ ତେବେ ବିବାହ ପରେ ସେହି ବ୍ୟକ୍ତିମାନେ ଭାଗ୍ୟଶାଳି ହେବା ସହ ଅନେକ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଉପାୟରେ ଧନବାନ ହୋଇଥାନ୍ତି । ତେବେ ବ୍ୟକ୍ତିଙ୍କ ସଫଳତା ପଛରେ ତାଙ୍କ ଜୀବନସାଥୀଙ୍କ ହାତ ରହିଥାଏ । ଏପରି ମଧ୍ୟ କୁହାଯାଏ ଯେ ସହେି ବ୍ୟକ୍ତିଙ୍କ ପାଇଁ ତାଙ୍କ ଜୀବନସାଥୀ ଲକି ହୋଇଥାନ୍ତି ।

Get real time updates directly on you device, subscribe now.