fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦରମା କେତେ ଜାଣନ୍ତି କି ? ଜାଣନ୍ତୁ ଆଉ କ’ଣ କ’ଣ ସୁବିଧା ସବୁ ମିଳେ

Advertisement

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ, ଯାହାଙ୍କ ପାଖରେ ସର୍ବୋଚ୍ଚ ଦାୟିତ୍ୱ । ସେ ଚହିଁଲେ ଗୋଟିଏ ରାତିରେ ନୋଟ୍ ବଦଳିଯିବ, ସେ ଚାହିଁଲେ ନୋଟ୍ ବନ୍ଦୀ ମଧ୍ୟ କରିପାରିବେ । ନୋଟ୍ ପ୍ରତ୍ୟାହାର ବ୍ୟବସ୍ଥା ମଧ୍ୟ ତାଙ୍କ ସମୟରେ ହୋଇଛି । ଜନ ଧନ ଯୋଜନା ମଧ୍ୟ ସେ ହିଁ ଆରମ୍ଭ କରିଥିଲେ । ଗରିବ ଖାତାକୁ ତାଙ୍କ ତତ୍ତ୍ୱବଧାନରେ ଟଙ୍କା ଯାଏ । ମହିଳାମାନେ ମଧ୍ୟ ତାଙ୍କ ଦ୍ୱାରା ମାଲାମାଲ ହୁଅନ୍ତି । ତେବେ ଟଙ୍କାକୁ ନେଇ ଏତେ କାରବାର କରୁଥିବା ଲୋକଟିର ଦରମା କେତେ ? ନିଶ୍ଚୟ ମନକୁ ପ୍ରଶ୍ନ ଆସୁଥିବ । ଆମ ପ୍ରଧାନମନ୍ତ୍ରୀ କେତେ ଦରମା ପାଆନ୍ତି ଆସନ୍ତୁ ଜାଣିବା..

ପିଏମ ମୋଦୀଙ୍କୁ ମାସିକ ୧.୬୦ ଲକ୍ଷ ଦରମା ମିଳିଥାଏ । ସେହି ହିସାବରେ ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଦରମା ୧୯.୨୦ ଲକ୍ଷ ଟଙ୍କା । ସପ୍ତାହକକୁ ତାଙ୍କୁ ୩୬,୯୨୩.୦୮ ଟଙ୍କା ମିଳେ । ଦୈନିକ ଭତ୍ତା ହିସାବରେ ୭,୩୮୪ ଟଙ୍କା ମିଳେ । ଏହା ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରଧାନମନ୍ତ୍ରୀଙ୍କୁ ୫୦,୦୦୦ ଟଙ୍କା ମିଳେ ।

ସାଂସଦ ପାଣ୍ଠି ଭାବରେ ପିଏମ ମୋଦୀଙ୍କୁ ୫ କୋଟି ଟଙ୍କା ମିଳିଛି। ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଦିନ ୪୫୦୦ ଟଙ୍କା ଭ୍ରମଣ ଭତ୍ତା ମଧ୍ୟ ଦିଆଯାଏ । ପ୍ରଧାନମନ୍ତ୍ରୀ ରହିବା ପାଇଁ ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୋଟି କୋଟି ଟଙ୍କାର ଏସପିଜି ସୁରକ୍ଷା ମଧ୍ୟ ଦିଆଯାଇଛି। ପିଏମ ମୋଦୀଙ୍କର ଏକ ନୂଆ ମର୍ସିଡିଜ  କାର ମଧ୍ୟ ଅଛି । ବିଦେଶ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଜର ଏୟାର ଇଣ୍ଡିଆ ୱାନ ବିମାନ ଅଛି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ବାର୍ଷିକ ୭ ଲକ୍ଷ ଟଙ୍କା ମିଳେ ।

ସୂଚନା- ପିଏମ ମୋଦୀଙ୍କ ଦରମା ଏବଂ ଭତ୍ତା ସମ୍ବନ୍ଧୀୟ ଏହି ସୂଚନା ବିଭିନ୍ନ ଉତ୍ସରୁ ନିଆଯାଇଛି। କିଛି ସୂଚନା ସମ୍ବେଦନଶୀଳ ଅଟେ ଯେଉଁଥିପାଇଁ ଏହାକୁ ଯାଞ୍ଚ କରିବା ସମ୍ଭବ ନୁହେଁ ।

Get real time updates directly on you device, subscribe now.