fbpx

କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡିତ କି ? ଜାଣନ୍ତୁ ଏହାର ଘରୋଇ ପ୍ରତିକାର

ଓଡିଶା ଭାସ୍କର: ଆଜିକାଲି କୋଷ୍ଠକାଠିନ୍ୟ ସମସ୍ୟା ବହୁଳ ପରିମାଣରେ ଦେଖାଯାଉଛି । ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କ ପାଖରେ ଏହା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅନିୟମିତତା କୋଷ୍ଠକାଠିନ୍ୟର ମୁଖ୍ୟ କାରଣ।

ସ୍ୱାସ୍ଥ୍ୟ ରିପୋର୍ଟ ମୁତାବକ ଆପଣମାନେ ମାତ୍ରାଧିକ ଜଙ୍କ ଫୁଡ, ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି କୋଷ୍ଠକାଠିନ୍ୟର ସମସ୍ୟା ହୋଇଥାଏ ଏବଂ ଠିକ ସମୟରେ ନଖାଇଲେ ମଧ୍ୟ କୋଷ୍ଠକାଠିନ୍ୟ ହୋଇଥାଏ । ସପ୍ତାହରେ ଯଦି ଥରେ ବା ଦୁଇଥର ଆପଣଙ୍କର ପେଟ ସଫା ହେଉଛି, ତେବେ ଜାଣି ରଖନ୍ତୁ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡିତ ଅଛନ୍ତି । ଏହି ସମସ୍ୟାର ସରଳ ସମାଧାନ ହେଉଛି ଘରେ ରହିଥିବା ଅଦା ।

ଅଦାକୁ ଆୟୁର୍ବେଦରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବରେ ଗ୍ରହଣ କରାଯାଇଥାଏ । ଯଦି ଆପଣ କୌଣସି ଗ୍ୟାସ, କୋଷ୍ଠକାଠିନ୍ୟ ବା ହଜମ ସମସ୍ୟାରେ ପିଡୀତ ଅଛନ୍ତି । ଆପଣ ପ୍ରତ୍ୟେକ ଦିନ ଅଦାରେ ତିଆରି ଚା’ କିମ୍ବା ବଜାରରେ ମିଳୁଥିବା ଆୟୁର୍ବେଦିକ ଦୋକାନରୁ ଅଦାଗୁଣ୍ଡକୁ ଆଣି ଔଷଧ ରୂପେ ସେବନ କରିପାରିବେ । ଏଥିସହ ପ୍ରତ୍ୟେକ ଦିନ ଅଦାକୁ ରନ୍ଧା ଖାଦ୍ୟରେ ସାମିଲ କରିପାରିବେ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ଚାହୁଁଥିଲେ । ଆପଣମାନେ ଅଧିକ ତୈଳଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ, ମସଲା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ପ୍ରଚୁର ପରିମାଣରେ ପାଣି ପିଇବା ସହ ଡାଲି ଏବଂ ସିଝା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଆପଣ ଶିଘ୍ର କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତ ହୋଇ ପାରିବେ ।

Get real time updates directly on you device, subscribe now.