fbpx

ଲିପଷ୍ଟିକ୍ ପ୍ରତ୍ୟେକ ଦିନ ବ୍ୟବହାର କରୁଛନ୍ତି କି ? ଯଦି ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସଜାଗ ନହଲେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ।

ଓଡିଶା ଭାସ୍କର: ମେକଅପ ହୋଇଥିବା ମୁହଁର ସୌନ୍ଦର୍ୟ୍ୟକୁ ଲିପଷ୍ଟିକ ଦ୍ବିଗୁଣିତ କରିଥାଏ । ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ପ୍ରତ୍ୟେକ ଦିନ ବ୍ୟବହାର କରିଥାନ୍ତି । ଏଥିମଧ୍ୟରୁ ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଲିପଷ୍ଟିକ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ ।ଏକ ରିସର୍ଚ୍ଚ ରୁ ଜଣା ପଡଛି ନିୟମିତ ଲିପଷ୍ଟିକ ଲଗାଇବା ଦ୍ୱାରା ଅନେକ ମହିଳା କ୍ୟାନ୍ସରରେ ପୀଡିତ ହୋଇ ଥାଆନ୍ତି । ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ ।

ରିପୋର୍ଟ ଅନୁସାରେ ଲିପଷ୍ଟିକରେ ଏଭଳି କେମିକାଲ ରହିଛି ଯାହା ଶରୀରରେ ଟକ୍ସିନ ଭଳି ବିଷାକ୍ତ ଉତ୍ପନ କରିଥାଏ ା ଲିପଷ୍ଟିକରେ ପେଥାଲେଟସ ଓ ଲେଡ ନାମକ କେମିକାଲ ରହିଥାଏ । ଏହା ଅନେକ ସମୟ ରେ ଓଠ କୁ ରିଆକ୍ସନ କରି ଥାଆନ୍ତି ଏବଂ ଓଠ ରେ ଘା ମଧ୍ୟ ହୋଇଯାଇ ଥାଏ। ଫଳରେ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏ ା

ଯଦି ଆପଣ ନିୟମିତ ଲିପଷ୍ଟିକ ଲଗାଉଛନ୍ତି ତେବେ ଲିପଷ୍ଟିକର ଏକ୍ସପକ୍ଷରି ଡେଟ ଚେକ କରନ୍ତୁ , ଭଲ ବ୍ରାଣ୍ଡ ର ଲିପଷ୍ଟିକ ଲଗାନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ଲିପଷ୍ଟିକୁ ଭଲ ଭାବରେ ପୋଛି ନିଅନ୍ତୁ । କାରଣ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଲିପଷ୍ଟିକ ରେ ଥିବା କେଡ଼ମିୟମ କେମିକାଲ କାରଣରୁ କିଡ଼ନୀ ଫେଲର ସମ୍ଭାବନା ଅଧିକ ଥାଏ। ସବୁବେଳେ ଲିପଷ୍ଟିକ ଲଗାଇବା ଦ୍ବାରା ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖା ଯାଇଥାଏ ଫଳରେ କନସିଭ କରିବା ପାଇଁ ସମସ୍ୟା ହୋଇଥାଏ ।

Get real time updates directly on you device, subscribe now.