fbpx

ବର୍ଷାଦିନେ ମଶା ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ସହଜ ଘରୋଇ ଉପାୟ

Advertisement

ଓଡିଶା ଭାସ୍କର: ବର୍ତ୍ତମାନ ବର୍ଷା ଋତୁ ଆସିବାରୁ ମଶାଙ୍କ ବଂଶ ବୃଦ୍ଧି ଆରମ୍ଭ ହୋଇଗଲାଣି । ଏହି ମଶା ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିବାର ପ୍ରମୁଖ କାରଣ ପାଲଟିଛନ୍ତି । ଏହା କାରଣରୁ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରତ୍ମକ ରୋଗ ବ୍ୟାପୁଛି । ଏହି ମସାଙ୍କୁ ତଡିବା ପାଇଁ ଆମେ ଆପଣଙ୍କୁ କିଛି କହିବୁ ସହଜ ଘରୋଇ ଉପାୟ ତେବେ ଆସନ୍ତୁ ଜାଣିବା ଏହି ସହଜ ଉପାୟ…….

ଗୋଲମରିଚ ଗଛ – ପ୍ରତ୍ୟେକ ଦିନ ଆପଣମାନେ ଖାଦ୍ୟରେ ବା ଚା’ ରେ ଗୋଲମରିଚର ନିଶ୍ଚିତ ବ୍ୟବହାର କରୁଥିବେ ନିଶ୍ଚୟ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗୋଲମରିଚର ଏବଂ ଏହି ଗଛର ବାସ୍ନାରେ ମଶାମାନେ ଦୂରେଇ ଯାଇଥାନ୍ତି । ତେଣୁ ଆପଣ ଏହି ଗୋଲମରିଚର ଏକ ଗଛ ଆପଣକଙ୍କ ଘର ପାଖରେ ରଖନ୍ତୁ ।

ଲାଭେଣ୍ଡର ଗଛ- ଏହି ଫୁଲ ଆପଣମାନଙ୍କୁ ବାସ୍ନାରେ ମୋହିତ କରିଦିଏ । କିନ୍ତୁ ମଶାମାନଙ୍କ କ୍ଷେତ୍ରରେ ଏହା ଅଲଗା ଲାଭେଣ୍ଡର ବାସ୍ନାରେ ମଶା ଦୂରେଇ ଯାଇଥାଏ । ଏହି ଗଛକୁ ଆପଣ ଘର ଭିରେ କୁଣ୍ଡ ସାହାଯ୍ୟରେ ବା ଘର ଆଗରେ ଲଗାଇ ପାରିବେ । ଯାହା ଆପଣଙ୍କୁ ସୁଗନ୍ଦିତ ଦେବା ସହ ମଶା ଦାଉରୁ ମଧ୍ୟ ରକ୍ଷା କରିପାରିବ ।

ଗେଣ୍ଡୁ ଗଛ- ଏହା ସାଧାରଣତ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥାଏ । ଏହାର ଫୁଲଗୁଡିକ ମଧ୍ୟ ଭାରି ସୁନ୍ଦର ହୋଇଥାଏ । ଏହି ଗଛର ବାସ୍ନାକୁ ମଶାମାନେ ଜମାରୁ ପସନ୍ଦ କରନ୍ତି ନାହିଁ । ତେଣୁ ଆପଣମାନେ ନିଜର ଘର ଆଖପାଖରେ ବା ଘର ଭିତରେ କୁଣ୍ଡରେ ଗେଣ୍ଡୁ ଗଛକି ଲଗାଇ ପାରିବେ । ତେଣୁ ଏହି ସବୁ ସହଜ ଉପାୟ ଦ୍ୱାରା ଆପଣ ମଶାକୁ ଶିଘ୍ର ତଡି ପାରିବେ ।

Get real time updates directly on you device, subscribe now.