fbpx

ଗର୍ଲଫ୍ରେଣ୍ଡକୁ ଛାଡ଼ିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ତୁରନ୍ତ ଜୀବନରୁ ପଳାଇବ ଆପଣଙ୍କ ଗର୍ଲଫ୍ରେଣ୍ଡ

ଅନେକ ଥର ଆପଣ ଏପରି ଝିଅ ସହିତ ସମ୍ପର୍କ ସ୍ଥାପନ କରିଥାନ୍ତି ଯିଏ ଆପଣଙ୍କ ଜୀବନର ଶାନ୍ତି ଭଙ୍ଗ କରିଥାଏ । ଆପଣଙ୍କ କ୍ୟାରିଅର୍ ଉପରେ ଧ୍ୟାନ ଦେବାକୁ ଆପଣଙ୍କ ଗର୍ଲଫ୍ରେଣ୍ଡ ଦେଇ ନଥାଏ ଏବଂ ଆପଣ ଆପଣଙ୍କର ସମସ୍ତ ସମୟ କେବଳ ତାଙ୍କୁ ଦେଇଥାନ୍ତି । କିନ୍ତୁ ନିଜ ଜୀବନରେ ଏବଂ ପାରିବାରିକ ଦାୟିତ୍ୱ ହେତୁ ଏହା କରିବା ସମ୍ଭବ ହୋଇନଥାଏ । ଅନେକ ଥର, ଏହି ସବୁ କାରଣରୁ ଆପଣ ନିଶ୍ଚିତ ଥକି ଯାଉଥିବେ ଏବଂ ଏଭଳି ସମ୍ପର୍କରୁ ମୁକ୍ତି ପାଇବାକୁ ଚାହୁଁଥିବେ । ତେବେ ଏଭଳି ଗର୍ଲଫ୍ରେଣ୍ଡ ପାଖରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏହି ଉପାୟକୁ ଗ୍ରହଣ କରିପାରିବେ ।

ଝିଅମାନେ ଅନେକ ସମୟରେ ସୁନ୍ଦର ପୁଅମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ବିଶେଷ କରି ଯେତେବେଳେ ସେହି ପୁଅ ସେମାନଙ୍କର ପ୍ରେମିକ ହୋଇଥାଏ । ଯଦି ଆପଣ ପ୍ରକୃତରେ ଏଭଳି ଗର୍ଲଫ୍ରେଣ୍ଡମାନଙ୍କ ସହିତ ସନ୍ତୁଷ୍ଟ ନାହାନ୍ତି ତେବେ କିଛି ସମୟ ପାଇଁ ସ୍ମାର୍ଟ ଦେଖାଯିବା ବନ୍ଦ କରିପାରିବେ । ବ୍ୟସ୍ତ ରହିବା ଆରମ୍ଭ କରନ୍ତୁ । ତାଙ୍କୁ ଭେଟିବା ସମୟରେ ଆପଣଙ୍କର ଡ୍ରେସିଂ ଷ୍ଟାଇଲକୁ ବଦଳାନ୍ତୁ ।

ଆପଣଙ୍କର ଗର୍ଲଫ୍ରେଣ୍ଡ ଠାରୁ ମୁକ୍ତି ପାଇବା ପାଇଁ ଆପଣ ବିବାହ ପାଇଁ ଏକ ବାହାନା କରିପାରିବେ । ମନେରଖନ୍ତୁ ଯେ ଗର୍ଲଫ୍ରେଣ୍ଡକୁ ଅତି ଶାନ୍ତ ଏବଂ ପ୍ରେମର ସହିତ ବୁଝେଇବାକୁ ପଡିବ । ସେ ଝିିଅ କିମ୍ବା ପୁଅ ହୁଅନ୍ତୁ ସବୁବେଳେ ପ୍ରଥମେ କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ଆପଣଙ୍କର କ୍ୟାରିୟର ଉପରେ ଲକ୍ଷ୍ୟ ରହିବା ଉଚିତ ଯାହା ତାଙ୍କୁ ଜଣାଇ ଦୂରେଇ ପାରିବେ ।

ଯଦି ଆପଣ ଆପଣଙ୍କର ଗର୍ଲଫ୍ରେଣ୍ଡ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ତାଙ୍କ ସାମ୍ନାରେ ଏପରି କିଛି କଥା କୁହନ୍ତୁ ନାହିଁ, ଯାହାଫଳରେ ସେ ପ୍ରଭାବିତ ହେବେ । କାରଣ ଯାହା ଦ୍ୱାରା ସେ ପ୍ରଭାବିତ ହେଲେ ସବୁବେଳେ ଏହାକୁ ପସନ୍ଦ କରିବ ଏବଂ କେବେ ଆପଣଙ୍କୁ ଛାଡ଼ିବେ ନାହିଁ । ଆପଣଙ୍କ ଗର୍ଲଫ୍ରେଣ୍ଡକୁ ଅନୁଭବ କରାନ୍ତୁ ଯେ ଆପଣ ସ୍ମାର୍ଟ କିମ୍ବା ଷ୍ଟାଇଲିସ୍ ନୁହଁ । ପୋଷାକ ପିନ୍ଧିବାର ଶୈଳୀ ମଧ୍ୟ ଆପଣଙ୍କୁ ଜଣା ନାହିଁ କିମ୍ବା ଭବିଷ୍ୟତରେ ଆପଣ ତାଙ୍କ ସହିତ ଫିଟ୍ ହୋଇନପାରନ୍ତି । ଏଭଳି କଲେ ଆପଣଙ୍କୁ ବିରକ୍ତ କରାଉଥିବା ଗର୍ଲଫ୍ରେଣ୍ଡ ଆପଣଙ୍କୁ ଛାଡ଼ିଦେବ ।

Get real time updates directly on you device, subscribe now.