fbpx

କଟକ SCBରେ ଡାକ୍ତରଙ୍କ ଗୁଣ୍ଡାଗର୍ଦ୍ଦି: ରୋଗୀଙ୍କ ସମ୍ପର୍କୀୟକୁ ମାରି କଲେ ଆହତ, ମାମଲା ରୁଜୁ

କଟକ: କଟକ ଏସସିବିରେ ଗଣ୍ଡଗୋଳ । ପୁଣି ଥରେ ରୋଗୀଙ୍କ ସମ୍ପର୍କୀୟ ଏବଂ ଡାକ୍ତରଙ୍କ ମଧ୍ୟରେ ହୋଇଛି ପାଟିତୁଣ୍ଡ ଏବଂ ପରେ ଏହା ମାରପିଟରେ ପହଞ୍ଚିଛି । ତେବେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏତେ ବଢିଯାଇଛି ଯେ, ଡାକ୍ତରଙ୍କ ମାଡରେ ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି । ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନାର ମାହୋଲ ସୃଷ୍ଟି ହୋଇଥିଲା । ଏବଂ ପରେ ଏହା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଯାଇଛି ।

ସୂଚନା ଅନୁସାରେ, ପୁରୀ ଅଞ୍ଚଳରୁ ଜଣେ ରୋଗୀ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଆଜି ସେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାପରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ଚିକିତ୍ସାର ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସେ ଯୁକ୍ତି କରିଛନ୍ତି । ଫଳରେ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେପଟେ ଏକଥାରୁ ଉତ୍ୟକ୍ତ ହୋଇ କିଛି କହିବାରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା ।

ଧିରେ ଧିରେ ଏହି ପାଟିତୁଣ୍ଡ ଏତେ ବଢିଯାଇଥିଲା ଯେ, ଡାକ୍ତର ଏବଂ ରୋଗୀଙ୍କ ସମ୍ପର୍କୀୟ ହାତାହାତି ହୋଇଥିଲେ । ତେବେ ଡାକ୍ତରଙ୍କ ମାଡରେ ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇଥିବା ଜଣାଯାଇଛି । ଏହାପରେ ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.