ଦେଖନ୍ତୁ ଡାକ୍ତର ବାବୁଙ୍କ ନିଆରା ଚିକିତ୍ସା (Video) ଥଣ୍ଡାରେ ଆକ୍ରାନ୍ତ ଶିଶୁକୁ ସିଗାରେଟ୍ ଟଣାଇଲେ ଡାକ୍ତର
ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ । ଡାକ୍ତରଙ୍କର ହେଲା ତୁରନ୍ତ ବଦଳି ।
ଜୁଲାଉନ: ଉତ୍ତର ପ୍ରଦେଶ ଜଲାଉନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଥଣ୍ଡା ରୋଗର ଚିକିତ୍ସା କରିବା ପାଇଁ ୫ ବର୍ଷର ପିଲା ଡାକ୍ତରଙ୍କ ପାଖକୁ ଯାଇଥିବାବେଳେ ଡାକ୍ତର ତାକୁ ସିଗାରେଟ୍ ଟଣେଇଛନ୍ତି ।
ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜାରି ଭିଡିଓରେ ଡାକ୍ତର ଜଣକ ପ୍ରଥମେ କୁନି ପିଲାର ମୁହଁରେ ସିଗାରେଟ ଦେଉଛନ୍ତି । ଏହାପରେ ଲାଇଟରରେ ସିଗାରେଟକୁ ଜଳାଉଛନ୍ତି ।
ପିଲାଟିକୁ ସିଗାରେଟ୍ ଟାଣିବାକୁ କହୁଛନ୍ତି । ସିଗାରେଟ ଟାଣିଲେ ଥଣ୍ଡା ଭଲ ହୋଇଯିବ ବୋଲି ବାର ବାର ଡାକ୍ତର ପିଲାଟିକୁ କହୁଥିବା ଭିଡିଓରେ ଦେଖାଯାଇଛି ।
ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୮ ତାରିଖରେ ଏ ଘଟଣା ଘଟିଛି । ଭିଡିଓରେ ଦେଖାଯାଉଥିବା ଡାକ୍ତର ସୁରେଶ ଚନ୍ଦ୍ରଙ୍କୁ ତୁରନ୍ତ ବଦଳି କରାଯାଇଛି ।
କୁଠାଉଣ୍ଡସ୍ଥିତ ସେଣ୍ଟ୍ରାଳ ହେଲ୍ଥ ସେଣ୍ଟରରେ ସୁରେଶ କାମ କରୁଥିବାବେଳେ ତାଙ୍କ ଟ୍ରାନ୍ସଫର କରିଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି, ଚିଫ୍ ମେଡିକାଲ ଅଫିସର ଡା. ନରେନ୍ଦ୍ର ଦେବ ଶର୍ମା ।
जालौन प्राथमिक स्वास्थ केंद्र कुठौंद में इलाज कराने आए दंपत्ति के नौनिहाल बच्चे को डॉ सुरेशचंद्र सिगरेट पीने की ट्रेनिंग दे रहे, एक जिम्मेदार डॉक्टर बच्चे के स्वास्थ और भविष्य के साथ कर रहा खिलवाड़ स्थानीय लोगों ने वीडियो बनाकर सोशल मीडिया पर किया वायरल।@brajeshpathakup pic.twitter.com/QetkSbqF6x
— Mohammad Imran (@ImranTG1) April 16, 2025