fbpx

ମହିଳାଙ୍କ ପେଟରୁ ବାହାରିଲା ୯ କେଜି ଓଜନର ଏକ ଟ୍ୟୁମର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ମଣିଷ ବିଭିନ୍ନ ପ୍ରକାରର ବୀମାରୀରେ ସଂକ୍ରମିତ ହେଉଛି । ଖାଦ୍ୟପେୟରେ ପରିବର୍ତ୍ତନ, ଖରାପ ଜଳବାୟୁ, ଜୀବନଶୈଳୀରେ ପରିବର୍ତ୍ତନ ଆଦି ବିଭିନ୍ନ କାରଣରୁ ମଣିଷ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛି । ତେବେ ଏହା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ପେଟରୁ ୯ କେଜିର ଟ୍ୟୁମର ବାହାରିଛି । ଏହି ବଡ଼ ଆକାରର ଟ୍ୟୁମର ପେଟ ଭିତରେ ରହିଥିବା କାରଣରୁ ମହିଳା ଜଣଙ୍କ ଦୀର୍ଘଦିନ ଧରି ଭୀଷଣ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କର ଏହି ଟ୍ୟୁମରର ଅସ୍ତ୍ରୋପଚାର ମାଗଣାରେ ହୋଇଥିଲା । ସେଥିପାଇଁ ମହିଳା ଜଣଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା (ବିଏସକେୱାଇ) ମହିଳା ପାଇଁ ବରଦାନ ସାଜିଥିଲା । ବାଲେଶ୍ୱର ଜିଲ୍ଲାର ବାରବାଟୀ ଅଞ୍ଚଳରେ ଜଣେ ମହିଳା ପେଟରୁ ଏହି ଟ୍ୟୁମର ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମହିଳାଙ୍କର ଏହି ସର୍ଜରୀ ସଫଳତାର ସହ କରାଇଥିଲେ ।

Get real time updates directly on you device, subscribe now.