ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ହେବେ ୧୮୪୦ ନୂଆ ଡାକ୍ତର । ଡାକ୍ତରଙ୍କ ସମେତ ୫ ହଜାରରୁ ଅଧିକ ପାରା ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ମିଳିବ ଚାକିରି ।

ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ।

ମେଡିକାଲ କଲେଜର ପ୍ରଫେସର ପଦବୀ ମଧ୍ୟ ପୂରା କରାଯିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।