ନୟାଗଡ଼,୪ା୬: ନୟାଗଡ଼ ଜିଲାରେ ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଡାକ୍ତର ରବୀନ୍ଦ୍ରନାଥ ସାହୁଙ୍କୁ ନିଲମ୍ବନ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିଲମ୍ବନ ନିର୍ଦ୍ଦେଶ ସହ ମୁଖ୍ୟାଳୟ ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି, ପ୍ରସୂତିଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ତଦନ୍ତ ପରେ ସମ୍ପୃକ୍ତ ଡାକ୍ତରଙ୍କ ବଦଳି ବି କରାଯାଇଥିଲା। ବଦଳି ପରେ ଡାକ୍ତରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।