fbpx

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ଗଠନ ହେବ ନୂଆ କମିଟି! କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ ମାମଲା ପରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଅନେକ ଦାବି ଉଠିଛି । ଦେଶବ୍ୟାପୀ ଡାକ୍ତର ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଚିକିତ୍ସା ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଡାକ୍ତରଙ୍କୁ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ଏଣିକି ଡାକ୍ତରଙ୍କୁ ଉଚିତ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ତରଫରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଡାକ୍ତରମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏହି କମିଟି ଦାୟିତ୍ୱବାନ୍ ରହିବ ବୋଲି ଜଣାଯାଇଛି । ଡାକ୍ତରଙ୍କ ଆକ୍ରମଣ ତଥା ସେମାନଙ୍କ ଉପରେ ହେଉଥିବା ହିଂସା ଇତ୍ୟାଦି ରୋକିବା ପାଇଁ ଏକ ନୂଆ କମିଟି ଗଠନ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରପରୁ ଏହି କମିଟି ଗଠନ ହେବ । କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପରେ ଏଭଳି ଏକ ପଦକ୍ଷେପ ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Get real time updates directly on you device, subscribe now.