fbpx

ପତ୍ରକୋବିରେ ଥିବା ଏହି କୀଟପୋକ ମସ୍ତିଷ୍କକୁ ଯାଇ ମୃତ୍ୟୁର କାରଣ ପାଲଟିପାରନ୍ତି, କ’ଣ କହୁଛନ୍ତି ଡାକ୍ତର ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଥଣ୍ଡାଦିନେ ଆମେ ସମସ୍ତେ ଅଧିକ ପତ୍ରକୋବି ଖାଇଥାଉ । ଏହି ପରିବାକୁ ଘରେ ଖାଦ୍ୟପେୟ ବ୍ୟତିତ ଜଙ୍କଫୁଡ୍‌ରେ ମଧ୍ୟ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଚାଉମିନ୍‌, ବର୍ଗର ସହିତ ବିଭିନ୍ନ ଫାଷ୍ଟଫୁଡ୍‌ରେ କଞ୍ଚା ପତ୍ରକୋବିର ବ୍ୟବହାର କରାଯାଏ । ଏହି ପରିବା ସ୍ୱାସ୍ଥ୍ୟ ଲାଗି ବହୁତ ଲାଭକାରୀ ତ ହୋଇଥାଏ । କିନ୍ତୁ ବହୁ ସମୟରେ ଏହି ପତ୍ରକୋବି ଜରିଆରେ ଟେପ୍‌ୱର୍ମ ମଣିଷର ଶରୀରରେ ପହଞ୍ଚିଯାଏ । ଏହି ଟେପୱର୍ମ ଏକ ପରଜୀବି କୀଟପୋକ ହୋଇଥାଏ । ଏହା ଅନ୍ତଃନଳୀରେ ଦୀର୍ଘ ସମୟ ଧରି ଜୀବିତ ରହିପାରେ ଓ ଏହିଠାରୁ ମସ୍ତିଷ୍କରେ ପହଞ୍ଚିଯାଏ । ଏହି ଟେପ୍‌ୱର୍ମ ଅପସ୍ମାର ରୋଗର କାରଣ ବି ହୋଇପାରେ ।

ଏବେ ପ୍ରଶ୍ନ ଉଠୁଛି ପତ୍ରକୋବି ଖାଇବା ଦ୍ୱାରା କ’ଣ ଏହି ଟେପ୍‌ୱର୍ମ ମଣିଷ ଶରୀରରେ ପହଞ୍ଚିଥାଏ । ଡାକ୍ତରଙ୍କ ମତରେ ପତ୍ରକୋବି ସହିତ ବିଭିନ୍ନ କଞ୍ଚା ଓ ଖରାପ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଏହି ଟେପ୍‌ୱର୍ମ ପହଞ୍ଚି ଯାଇପାରେ । ଏହା ଲୋକଙ୍କ ଅନ୍ତନଳୀରେ ରହିଥାଏ ଓ ପରେ ସିଷ୍ଟ ବ୍ଲଡ୍ ଜରିଆରେ ମସ୍ତିଷ୍କରେ ପହଞ୍ଚିଥାଏ । ଏହି କାରଣରୁ ବ୍ୟକ୍ତି ନ୍ୟୁରୋସିଷ୍ଟୋକିରାସିସ୍ ନାମକ ରୋଗରେ ପୀଡିତ ହୋଇଥାନ୍ତି । ତେବେ ଡାକ୍ତରଙ୍କ ମତରେ କେବଳ ପତ୍ରକୋବି ଦ୍ୱାରା ଏହି ରୋଗ ହୋଇ ନ ଥାଏ । ଯେକୌଣସି ଖାଦ୍ୟପେୟ ଏହାଦ୍ୱାରା ସଂକ୍ରମିତ ହୋଇପାରେ । ଏହି ଟେପ୍‌ୱର୍ମ ଘୁଷୁରୀ ଦେହରେ ରହିଥାନ୍ତି ଓ ସେମାନଙ୍କ ମଳରୁ ମାଟିରେ ବ୍ୟାପିଥାନ୍ତି । ପରେ ଏମାନେ ମାଟିରୁ ବିଭିନ୍ନ ପନିପରିବା ଓ ଖାଦ୍ୟପଦାର୍ଥରେ ପଶିଯାଆନ୍ତି । ଏଣୁ ପତ୍ରକୋବି କି ଅନ୍ୟପରିବା ହେଉ ସେସବୁକୁ ଭଲ ଭାବରେ ଧୋଇ ରୋଷେଇ କରିବା ଉଚିତ ।

ନ୍ୟୁରୋଲଜିଷ୍ଟଙ୍କ କହିବା ଅନୁଯାୟୀ ଏହି ଟେପ୍‌ୱର୍ମ ବହୁ ସମୟରେ ଲୋକଙ୍କ ଶରୀର ଓ ମସ୍ତିଷ୍କରେ ପହଞ୍ଚି ଯାଇଥାଏ କିନ୍ତୁ ଏହା ବ୍ୟକ୍ତିକୁ ଜଣାପଡି ନ ଥାଏ । ଧୀରେ ଧୀରେ ଏହା ଶରୀର ମଧ୍ୟରେ ନଷ୍ଟ ହୋଇଯାଇଥାଏ କିମ୍ବା କ୍ୟାଲସିୟମରେ ବଦଳି ଯାଇଥାଏ । ବହୁ ସମୟରେ ଏହି ଟେପ୍‌ୱର୍ମ କାରଣରୁୁ ଲୋକମାନେ ବ୍ରେନ୍ ମଲ୍ଟିପଲ କିମ୍ବା ୧୦୦ରୁ ୧୫୦ ପର୍ଯ୍ୟନ୍ତ ୱର୍ମର ଶିକାର ହୋଇଥାନ୍ତି ଯେଉଁଥିରେ ବ୍ୟକ୍ତିର ମୃତ୍ୟୁ ବି ହୋଇପାରେ । ଏହି କାରଣରୁ ମୁଣ୍ଡବିନ୍ଧା, ଅପସ୍ମାର ରୋଗ ହେବାର ଆଶଙ୍କା ବଢିଯାଏ । ଏହାଦ୍ୱାରା ମସ୍ତିଷ୍କ ଫୁଲିଯାଏ ଓ ଅବସ୍ଥା ଗୁରୁତର ହୋଇଯାଏ ।

Get real time updates directly on you device, subscribe now.