fbpx

ବିଲେଇ ରାସ୍ତା କାଟିବା ଶୁଭ ନା’ ଅଶୁଭ! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର

Advertisement

ଅନେକ ସମୟରେ ଆମେମାନେ ବିଲେଇ ରାସ୍ତା କାଟିବାକୁ ଅଶୁଭ ବୋଲି ବିବେଚନା କରିଥାଉ । କିନ୍ତୁଏହା ଶୁଭ ଏବଂ ଅଶୁଭ ଉଭୟ ସଙ୍କେତ ଦେଇଥାନ୍ତି । ତେବେ ଏହା ଉପରେ ଜ୍ୟୋତିଷ ଶାସ୍ତ୍ର ସ୍ୱତନ୍ତ୍ର ମତ ଦେଇଥାଏ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରିଛନ୍ତି ଏବଂ ଏହାର କିଛି ସମୟ ମଧ୍ୟରେ ହିଁ ରାସ୍ତାରେ ବିଲେଇ ଆପଣଙ୍କ ରାସ୍ତା କାଟୁଛି ତେବେ ଏହା ଜରୁରୀ ନୁହେଁ ଯେ ଆପଣଙ୍କ ସହିତ କିଛି ଅଘଟଣ ଘଟିବାକୁ ଯାଉଛି । ତେବେ ଆପଣଙ୍କ ସହିତ କିଛି ଅଶୁଭ ଘଟିବାକୁ ଯାଉଥିଲେ ବିଲେଇ ଏ ନେଇ କିପରି ସଙ୍କେତ ଦେଇଥାଏ ଆସନ୍ତୁ ଜାଣିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଲେଇ ଉଭୟ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ତେବେ ଯଦି ବିଲେଇ ଘରୁ ଜୋରରେ ବାହାରି ଚାଲିଯାଏ ତେବେ ଘରୁ ରୋଗ ଏବଂ ଶତ୍ରୁଙ୍କର ନାଶ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଅନ୍ୟପକ୍ଷରେ ଯଦି ଯାତ୍ରା ସମୟେ ବିଲେଇ ପଲ ଆପଣଙ୍କ ସାମ୍ନାକୁ ଆସି ନିଜ ନିଜ ଭିତରେ ଝଗଡ଼ା କରନ୍ତି ତେବେ ଏହା ଶୁଭ ସଙ୍କେତ ହୋଇନଥାଏ । ଏହା ଯାତ୍ରାରେ କଷ୍ଟ କିମ୍ବା କାର୍ଯ୍ୟରେ ଅସଫଳତାର ଲକ୍ଷଣ ହୋଇଥା, ବୋଲି କହିଛି ଜ୍ୟୋତିଷ ଶାସ୍ତ୍ର ।

ତେବେ ଯଦି ବିଲେଇ ଆପଣଙ୍କ ରାସ୍ତା କାଟିବା ପରେ ଆପଣଙ୍କ ମନରେ କୌଣସି ଆଶଙ୍କା ଉତ୍ପନ୍ନ ହେଉଛି ତେବେ ଏଥି ପାଇଁ କିଛି ଉପାୟ ରହିଛି । ରାସ୍ତାରେ ଯାଉତିବା ସମୟରେ ବିଲେଇ ଆପଣଙ୍କ ରାସ୍ତା କାଟିଦେଲେ ପ୍ରଥମେ ୧୧ ଥର ନିଶ୍ୱାସ ନେବା ସମୟ ପର୍ଯ୍ୟନ୍ତ ଅଟକି ଯାଆନ୍ତୁ । ତେବେ ଦ୍ୱିତୀୟ ଥର ଯଦି ଏପରି ହୁଏ ତେବେ ୧୬ ଥର ନିଶ୍ୱାସ ନେବା ପର୍ଯ୍ୟନ୍ତ ଅଟକି ଯାଆନ୍ତୁ ଏବଂ ପରେ ଯାତ୍ରା ପୁଣି ଆରମ୍ଭ କରନ୍ତୁ ।

ତେବେ ତୃତୀୟ ଥର ଏପରି ହେଲେ କୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ବଢ଼ନ୍ତୁ ନାହିଁ । ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆପଣ ବାହାରକୁ ବାହାରିଛନ୍ତି ତେବେ ଏହି ସବୁ କଥାକୁ ଦୃଷ୍ଟିରେ ରଖି ଯାତ୍ରା କରନ୍ତୁ, ଯାତ୍ରା ସୁଖମୟ ହେବ ।

Get real time updates directly on you device, subscribe now.