ପିଏମ ନରେନ୍ଦ୍ର ମୋଦୀଙ୍କ କାର୍‌ର ବାକି ଅଛି କି ତିନୋଟି ଚାଲାଣ? ଚର୍ଚ୍ଚାରେ ଏହି ସୋସିଆଲ ମିଡିଆ ପୋଷ୍ଟ

ପିଏମ ମୋଦୀଙ୍କ କାରର କଟିଛି କି ଚାଲାଣ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରର ତିନୋଟି ଚାଲାଣ ବାଲି ଅଛି। ଆର୍ଯ୍ୟାନ ସିଂହ (X-@iamAryan_17) ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଏକ୍ସରେ ଏହି ଦାବି କରିଛନ୍ତି।

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରିୟ ନରେନ୍ଦ୍ର ମୋଦୀ ଜୀ, ଆପଣଙ୍କ ଗାଡ଼ି ନମ୍ବର DL2CAX2964ରେ ତିନୋଟି ଚାଲାଣ ବାକି ଅଛି। ଦୟାକରି ଠିକ୍ ସମୟରେ ଚାଲାଣ ଜମା କରନ୍ତୁ ଏବଂ ଆଗକୁ ଏଭଳି ନିୟମ ଉଲ୍ଲଘଂନ ନ କରିବାକୁ ଚେଷ୍ଟା କରନ୍ତୁ।

ଆର୍ଯ୍ୟାନ ସିଂହ ନିଜ ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ପିଏମ ନରେନ୍ଦ୍ର ମୋଦୀଙ୍କୁ toyota landcruiser carରେ ବସିଥିବାର ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଏହି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକେ ଚାଲାଣ ବାକି ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି କିଛି ଲୋକେ ଏହି କଥାକୁ ବିଶ୍ୱାସ କରୁନାହାନ୍ତି। ଇନଷ୍ଟାଗ୍ରାମରେ ମଧ୍ୟ ଏଥିସହ ଜଡ଼ିତ ମିମ୍ସ ସେୟାର କରାଯାଇଛି।

 

View this post on Instagram

 

A post shared by The Whatup (@thewhatup)