fbpx

ଯୁବକଙ୍କ ପ୍ରାଇଭେଟ୍ ପାର୍ଟକୁ କାମୁଡ଼ି ରକ୍ତାକ୍ତ କରିଦେଲା କୁକୁର, ତା’ପରେ…

ଲକ୍ଷ୍ନୌରେ କୁକୁରଙ୍କ ଆତଙ୍କ କମ୍ ହେଉନାହିଁ । ନିକଟରେ ଏକ ପିଟବୁଲ ପ୍ରଜାତିର କୁକୁର ନିଜ ମାଲିକଙ୍କୁ ମୃତ୍ୟୁମୁଖକୁ ପହଞ୍ଚାଇଦେଇଥିଲା । ଏବେ ଆଉ ଏକ ମାମଲା ରାଜଧାନୀର କ୍ରିଷ୍ଣା ନଗର ଥାନା ଅଞ୍ଚଳରୁ ଆସିଛି । ଯେଉଁଠାରେ ଜାଗରଣ ସାରି ଘରକୁ ଫେରୁଥିବା ଜଣେ ଯୁବକଙ୍କୁ କୁକୁର ଆକ୍ରମଣ କରିଥିଲା ଏବଂ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ଭୟଙ୍କର ଭାବରେ କ୍ଷତି ପହଞ୍ଚାଇଥିଲା । ଏବେ ଏହି ମାମଲାରେ ପୋଲିସ କୁକୁରର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହ କୁକୁରକୁ ନଗର ନିଗମ ଟିମ୍ ନିଜ ସହ ନେଇଯାଇଛନ୍ତି ।

ଲକ୍ଷେ୍ନø କ୍ରିଷ୍ଣା ନଗର ଥାନା ଅଞ୍ଚଳରେ ଏହି ଘଟଣା କିଛି ଦିନ ପୂର୍ବେ ଦେଖିବାକୁ ମିଳିଥିଲା । ପୀଡ଼ିତ ସଂକଳ୍ପ ନିଗମ ରାତ୍ରି ଜାଗରଣ ଦେଖି ଘରକୁ ଫେରୁଥିଲେ । ସେତିକିବେଳେ ପ୍ରେମ ନଗର ସ୍ଥିତ ଶିବ ମନ୍ଦିର ନିକଟରେ କୁକୁର ତାଙ୍କ ଉପରକୁ ହଠାତ୍ ଆକ୍ରମଣ କରିଥିଲା ଏବଂ ତାଙ୍କ ପ୍ରାଇଭେଟ୍ ପାର୍ଟକୁ କାମୁଡ଼ିଦେଇଥିଲା । ଏହି ଘଟଣାରେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟରେ ଗଭୀର ଆଘାତ ଲାଗିଥିଲା ଏବଂ ରକ୍ତ ବହିବାରେ ଲାଗିଥିଲା । ପୀଡ଼ିତଙ୍କ ଅଭିଯୋଗ ରହିଛି ଯେ ଯନ୍ତ୍ରଣାରେ ସେ କଷ୍ଟ ପାଉଥିଲେ କିନ୍ତୁ କୁକୁରର ମାଲିକ ଏହା ଦେଖି ମଧ୍ୟ କୌଣସି ସାହାଯ୍ୟ କରିନଥିଲେ ।

ଏହାପରେ ପୀଡ଼ିତ କୌଣସିମତେ ଘରେ ପହଞ୍ଚିଥିଲେ ଏବ ସେଠାରୁ ଗାଡ଼ି ନେଇ ଲୋକମନ୍ଧୁ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ଲକ୍ଷେ୍ନø ମେଡିକାଲ କଲେଜ ରେଫର କରିଥିଲେ । ଲଗାତାର ରକ୍ତ ବହୁଥିଲା ଏବଂ ମୁତ୍ରାଶୟର ନଳୀ ନଷ୍ଟ ହୋଇଯାଇଥିଲା । ଏବେ ତାଙ୍କର ଚିକିତ୍ସା ଚାଲିଛି । ସେପଟେ ମାଲିକଙ୍କୁ ୨୮୯ ଧାରା ଅନୂଯାୟୀ ମାଲିକ ଶଙ୍କରକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।

Get real time updates directly on you device, subscribe now.