fbpx

କମାଲ କରିଦେଲା ଲିଓ, ମାତ୍ର ଗୋଟିଏ ମିନଟ୍ ରେ ଏପରି କାମ କରି ଦେଖାଇଲା ଯାହା ଆପଣ ଚିନ୍ତା ବି କରିପାରିବେ ନାହିଁ

Advertisement

ନୂଆଦିଲ୍ଲୀ:ଏହି କୁକୁର ଏକ ମିନିଟ୍ ରେ ଏପରି କିଛି କରି ଦେଖାଇଛି ଯାହା କେହି କେବେ ଚିନ୍ତା ବି କରିପାରିବେ ନାହିଁ । ସେ ସମସ୍ତ ପୁରୁଣା ୱାର୍ଲ୍ଡ ରେକର୍ଡକୁ ଭାଙ୍ଗି ଗିନିଜ୍ ବୁକ୍ ରେ ଏବେ ନିଜ ନାମ ଦାଖଲ କରିପାରିଛି । ଏହି ମାମଲା ବ୍ରିଟେନ ଏଭରଡିନ୍ ର । ଏହି କୁକୁରଟି ମାତ୍ର ଏକ ମିନିଟ୍ ଭିତରେ ପିଗି ବ୍ୟାଙ୍କ ଅର୍ଥାତ୍ କୁମ୍ପିରେ ୨୩ ଟି କଏନ୍ ପକାଇ ପାରିଛି । ୨ ବର୍ଷର ଏହି କୁକୁରର ନାମ ଲିଓ । ଲିଓର ମାଲିକାଣୀ ଏମିଲି ଆଣ୍ଡରସନ ଏବେ ତାର ଏପରି କାର୍ଯ୍ୟକଳାପକୁ ନେଇ ଭାରି ଖୁସ୍ । ଲିଓ ଅନ୍ୟ କୁକୁର ମାନଙ୍କ ତୁଳନାରେ ଏକ ମିନିଟ୍ରେ କୁମ୍ପିରେ କଏନ୍ ପକାଇବାରେ ସବୁଠାରୁ ଆଗରେ ରହିଛି ।

ତେବେ ଲିଓକୁ ଏହି ସଫଳତା ଏତେ ସହଜରେ ମିଳିନାହିଁ । ଅର୍ଥାତ୍ ଜନ୍ମ ନେବା ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨ ବର୍ଷ ତାକୁ ଏ କ୍ଷେତ୍ରରେ ତାଲିମ ଦିଆଯାଉଥିଲା । ଟ୍ରିଟସ୍ ପାଇବା ଲାଗି ସେ କଏନ୍ କୁମ୍ପିରେ ପକାଉଥିଲା । ଲିଓର ମାଲିକାଣୀ କହିଛନ୍ତି ସେ ତା ସାମ୍ନାରେ କଏନ୍ ରଖୁଥିଲେ ଓ ସେ ତାକୁ ପାଟିରେ ଧରି କୁମ୍ପିରେ ପକାଉଥିଲା ।

ଇନଷ୍ଟାଗ୍ରାମରେ ଲିଓର ଏକ ଫଟୋ ସେୟାର କରାଯାଇଛି । ଏହି ଫଟୋରେ ଲିିଓ ୱାର୍ଲ୍ଡ ରେକର୍ଡ ବାଲା ସାର୍ଟିଫିକେଟ୍ ସହ ଦେଖିବାକୁ ମିଳୁଛି ।ପୋଷ୍ଟର କ୍ୟାପସନ୍ରେ ଲେଖାଯାଇଛି ଲିଓ ପାଖରେ ଆପଣମାନଙ୍କ ଲାଗି ଏକ ଭଲ ଖବର ରହିଛି । ଏବେ ସେ ଅଧିକାରୀକ ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିପାରିଛି । ଏହି ପୋଷ୍ଟକୁ ହଜାର ହଜାର ସଂଖ୍ୟାରେ ଲାଇକ୍ ମିଳିବା ସହ ଲୋକଙ୍କ ଶୁଭେଚ୍ଛା ମଧ୍ୟ ମିଳିବାରେ ଲାଗିଛି । ଜଣେ ୟୁଜର ଲେଖିଛନ୍ତି ଲିଓ ତୁମେ କମାଲ କରିଦେଲ ।

 

Get real time updates directly on you device, subscribe now.